ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ‘ବେଲ କିଟ୍ସ’ବଣ୍ଟନ

ବାଲେଶ୍ୱର, (ସରୋଜ ପଣ୍ଡା) :-ମୁମ୍ବାଇର ଏମସିଏକ୍ସ ଏନଏବି ସଂସ୍ଥା ପକ୍ଷରୁ ରାଣୀପାଟଣା ଦୃଷ୍ଟିହୀନଙ୍କ ନମନ୍ତେ ବିଦ୍ୟାଳୟର ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ଶନିବାର ପାଠ୍ୟ ଉପକରଣ (ବ୍ରେଲ କିଟ୍ସ) ବଣ୍ଟନ କରାଯାଇଛି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ନିର୍ଦ୍ଦେଶକ ଦିବାକର ସଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଯୋଗଦେଇ ମୁମ୍ବାଇର ଜାତୀୟ ଅନୁଷ୍ଠାନ ‘ଏନଏବି’ର ମହତ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଏହା ଦ୍ୱାରା ଶିକ୍ଷାଦାନର ମାନବୃଦ୍ଧି ସାଙ୍ଗକୁ ଦୃଷ୍ଟିହୀନ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ ପ୍ରତି ଅଧିକ ଉସାହିତ ହେବେ ବୋଲି ଶ୍ରୀ ମହାପାତ୍ର ଆଶା ପ୍ରକାଶ କରିଥିଲେ । ବିଦ୍ୟାଳୟର ଉପଦେଷ୍ଟା ସୁବ୍ରତ କର ଏଥିରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରଇଥିଲେ । ୩୦ଜଣ ଛାତ୍ରଛାତ୍ରୀଙ୍କୁ ଏହି ବ୍ରେଲ କିଟ୍ସ ପ୍ରଦାନ କରାଯାଇଥିଲା ।ପ୍ରାରମ୍ଭରେ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଭକ୍ତି ସଙ୍ଗୀତ ଗାନ କରାଯାଇଥିଲା । ଗୀତାଞ୍ଜଳି ପ୍ରଧାନ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଅର୍ପଣ କରିଥିବା ବେଳେ ସୁନୀଲ କୁମାର ବିଶ୍ୱାଳ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ନବୀନ କୁମାର ବେହେରା, ଗୌରାଙ୍ଗ ଚରଣ ପ୍ରଧାନ, ଚନ୍ଦ୍ରଜିତ ନାୟକ, ଶ୍ରୀଜଗତଜିତ ପତି, ମନୋରଞ୍ଜନ ତ୍ରିପାଠୀ, ମନୋଜ କୁମାର ପଲାଇ, ଜିତେନ୍ଦ୍ର ଦାସ, ସଞ୍ଜୀବ କୁମାର ବେହେରା, ଗୌରାଙ୍ଗ ପାତ୍ର, ପବିତ୍ର ମୋହନ ପଣ୍ଡା, ଜ୍ୟୋତିର୍ମୟୀ ଦାସ, ବାସନ୍ତି ସିଂ, ପଦ୍ମିନୀ ମହାନ୍ତ ପ୍ରମୁଖ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ