ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା
ବାଲେଶ୍ୱର, (ସରୋଜ ପଣ୍ଡା):ସ୍ୱାଧୀନତାର ଅମୃତ ମହୋତ୍ସବ ତଥା ହରଘର ତ୍ରିରଙ୍ଗା ଅଭିଯାନକୁ ସଫଳ କରିବା ପାଇଁ ଦେଶବ୍ୟାପୀ ଉଦ୍ୟମ ଜାରି ରହିଥିବା ବେଳେ ଏଥିରୁ ବାଦ ପଡ଼ିନି ବାଲେଶ୍ୱର ସହରର ରାଣୀପାଟଣାସ୍ଥିତ ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟର ଛାତ୍ରଛାତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମ୍ମାନ ଜଣାଇ ବିଦ୍ୟାଳୟର ଦୃଷ୍ଟିହୀନ ଛାତ୍ରଛାତ୍ରୀମାନେ ଶୁକ୍ରବାର ତ୍ରିରଙ୍ଗା ଯାତ୍ରାରେ ସହର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାକୁ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଉଦଘାଟନ କରିବା ସହ ହରଘର ତ୍ରିରଙ୍ଗା ଅଭିଯାନରେ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ସମ୍ପୃକ୍ତି ଜାତୀତାବାଦ ସୃଷ୍ଟିର ନିଦର୍ଶନ ବୋଲି କହିଥିଲେ । ବିଦ୍ୟାଳୟର ନିର୍ଦ୍ଦେଶକ ଦିବାକର ସ ଓ ଉପଦେଷ୍ଟା ସୁବ୍ରତ କର ଏଥିରେ ଉପସ୍ଥିତ ଥିଲେ । ସ୍ୱାଧୀନତାର ୭୫ବର୍ଷ ପୂର୍ତି ଅମୃତ ମହୋତ୍ସବ ସାଙ୍ଗକୁ ହରଘର ତ୍ରିରଙ୍ଗା ଅଭିଯାନ ପ୍ରତ୍ୟେକ ପିଢ଼ିର ନାଗରିକଙ୍କ ପାଇଁ ଗୁରୁତ୍ୱ ବହନ କରୁଛି ବୋଲି ଶ୍ରୀ ସ ମତ ଦେଇଥିଲେ । ବର୍ଷା ସତ୍ତ୍ୱେ୍ୱ ଦୃଷ୍ଟିହୀନ ଛାତ୍ରଛାତ୍ରୀମାନେ ଛତା ଧରି ରାଲରେ ସ୍ଲୋଗାନ ଦେବା ସହ ରାସ୍ତାପାଶ୍ୱର୍ ପରିବାରଙ୍କୁ ତ୍ରିରଙ୍ଗା ବଣ୍ଟନ କରିଥିଲେ । ଏହି ଶୋଭାଯାତ୍ରା ବିଦ୍ୟାଳୟରୁ ବାହାରି ନୀଳିଆବାଗ, ଚିଡ଼ିଆପୋଲ, ଫାଣ୍ଡିଛକ, ନୂଆବଜାର, ଝାଡ଼େଶ୍ୱର ମନ୍ଦିର ଛକ ଦେଇ ପୁଣି ବିଦ୍ୟାଳୟରେ ପହଞ୍ôଚଥିଲା । ବିଦ୍ୟାଳୟର ଶିକ୍ଷକ ନବୀନ ଚନ୍ଦ୍ର ବେହେରା, ସୁନୀଲ କୁମାର ବିଶ୍ୱାଳ, ଗୌରାଙ୍ଗ ପ୍ରଧାନ, ଜଗତଜିତ ପତି, ଚନ୍ଦ୍ରଜିତ ନାୟକ, ମନୋଜ କୁମାର ପଲାଇ, ଲକ୍ଷ୍ମୀଧର ପଣ୍ଡା, ପବିତ୍ର ମୋହନ ପଣ୍ଡା, ବିତେନ ଦାସ, ପ୍ୟାରୀମୋହନ ଭୂୟାଁ, ଦୀପକ ବେହେରା, ସଂଜୀବ ବେହେରା, ଗୌରାଙ୍ଗ ପାତ୍ର, ମନୋରଂଜନ ତ୍ରିପାଠୀ, ଜଗବନ୍ଧୁ ବେହେରା, ଚିନ୍ମୟ ରଂଜନ ଜେନା, ଶିକ୍ଷୟିତ୍ରୀ ଗୀତାଞ୍ଜଳି ପ୍ରଧାନ, ଜ୍ୟୋତିର୍ମୟୀ ଦାସ, ପଦ୍ମିନୀ ମହାନ୍ତ, ପ୍ରଭାସିନୀ ମହାନ୍ତି, ଜିତା ଦାସ ଓ ଶିବ ହୋ ପ୍ରମୁଖ ଏହି ଶୋଭାଯାତ୍ରା ପରିଚାଳନା କରିଥିଲେ ।