ଦୃଷ୍ଟି ବାଧିତ ବିଦ୍ୟାଳୟରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ପୈାରସଂସ୍ଥା ପରିଚାଳିତ ଦୃଷ୍ଟି ବାଧିତ ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ଶନିବାର ସକାଳେ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ଆନୁକୁଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିରକୁ ଜିଲ୍ଲାପାଳ ସମର୍ଥ ବର୍ମା ଉଦଘାଟନ କରିଥିଲେ । ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ଦୃଷ୍ଟି ବାଧିତ ଭିନ୍ନକ୍ଷମ ବିଦ୍ୟାଳୟର ୨୫ଜଣ ଛାତ୍ରଛାତ୍ରୀଙ୍କ ସମେତ ନିକଟସ୍ଥ ଅଯୋଧ୍ୟାନଗର ଗ୍ରାମର ଏକଶହରୁ ଉର୍ଦ୍ଧ୍ୱ ଗରୀବ ଓ ଦୁସ୍ଥ ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ମାଗଣାରେ ଔଷଧ ଯୋଗାଇ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ,ଦୃଷ୍ଟି ବାଧିତ ଭିନ୍ନକ୍ଷମ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସ୍ୱପ୍ନାଶୁ ଦାସ,ବିଦ୍ୟାଳୟର ଶିକ୍ଷକମାନେ ଓ ମେଡିକାଲ ଟିମର ସଦସ୍ୟମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ