ଦେଉଳି ମଠରେ ଜୟଦେବ ଜୟନ୍ତୀ ଉତ୍ସବ ପାଳିତ 

ନିମାପଡା, (ସନ୍ତୋଷ ଦାଶ) :-ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅତୀବ ପ୍ରିୟ ଗୀତଗୋବିନ୍ଦର ରଚୟିତା ଭକ୍ତଶ୍ରେଷ୍ଠ ଜୟଦେବଙ୍କ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତି ବର୍ଷ ଶହଶହ ଭକ୍ତ ଜୟଦେବ ଭବନରୁ ବାହାରି ଖୋଳ ତାଳ ସହ ସଂକୀର୍ତନ କରି ଶ୍ରୀ ଜୟଦେବଙ୍କ ପ୍ରାଚୀ ପରିକ୍ରମା ମାର୍ଗ ପରିଭ୍ରମଣ କରିବା ସହ ମା ମଙ୍ଗଳା ଓ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଏକାମ୍ର କ୍ଷେତ୍ରରେ କାର୍ଯ୍ୟକ୍ରମ ସମାପନ ହୁଏ l କିନ୍ତୁ ଗତ ତିନି ବର୍ଷ ହେବ କରୋନା ମହାମାରୀ ର ପ୍ରକୋପ କାରଣରୁ ସରକାରଙ୍କ ପକ୍ଷରୁ ଏହି ଯାତ୍ରା ବନ୍ଦ ରଖା ଯାଇଥିଲା l କରୋନା ପ୍ରକୋପ କମିବା ପରେ ଏବର୍ଷ ଖୁବ କମ ଲୋକଙ୍କୁ ନେଇ ପରିକ୍ରମା ପୀଠ ମାନଙ୍କରେ ଜୟନ୍ତୀ ଉତ୍ସବ ପାଳିତ ହୋଇଛି l କାକଟପୁର ପଞ୍ଚାୟତ ସମିତି ପକ୍ଷରୁ ପ୍ରାଚୀନଦୀ କୂଳସ୍ଥ ଦେଉଳି ମଠରେ ଜୟଦେବ ଜୟନ୍ତୀ ଉତ୍ସବ ଓ ଗୀତ ଗୋବିନ୍ଦ ଆସର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ଦୀର୍ଘ ଦୁଇ ଦଶନ୍ଧି ଧରି ପରିଚାଳନା କରୁଥିବା ପ୍ରାଚୀ ସଂସ୍କୃତି ସୁରକ୍ଷା ପରିଷଦ ମଧ୍ୟ ସମାରୋହରେ ଅଂଶଗ୍ରହଣ କରିଥିଲେ l କାକଟପୁର ବିଡ଼ିଓ ତୁଷାର ଜ୍ୟୋତିରଞ୍ଜନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ପ୍ରାଚୀ ସଂସ୍କୃତି ଗବେଷକ ପଣ୍ଡିତ ତ୍ରିଲୋଚନ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କାକଟପୁର ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀଧର ନାୟକ, କାକଟପୁର ପଂଚାୟତ ର ସରପଞ୍ଚ ଅଭୟ ସେଠୀ, ଅବସରପ୍ରାପ୍ତ ପ୍ରଶାସକ କୈଳାଶ ବରାଳ ଓ ବ୍ଲକ ଜନମଙ୍ଗଳ ଅଧିକାରୀ ସୌଭାଗ୍ୟ ରଞ୍ଜନ ସ୍ୱାଇଁ ଯୋଗ ଦେଇ ଜୟଦେବ ଙ୍କ ଜୀବନୀ ଓ ଶ୍ରୀଜଗନ୍ନାଥଙ୍କର ଗୀତଗୋବିନ୍ଦ ପ୍ରେମ ବିଷୟରେ ବିଷଦ ଆଲୋଚନା କରିଥିବା ବେଳେ ପ୍ରାଚୀ ସଂସ୍କୃତି ସୁରକ୍ଷା ପରିଷଦର ସଂଯୋଜକ କାଳୀପ୍ରସାଦ ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ l ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଗୀତଗୋବିନ୍ଦ ଆସର ରେ କଣ୍ଠଶିଳ୍ପୀ ଅନୁଜା ତାରିଣୀ ମିଶ୍ର ଓ ଉତ୍କଳ ସଂଗୀତ ମହାବିଦ୍ୟାଳୟର ବରିଷ୍ଠ କଣ୍ଠଶିଳ୍ପୀ ତଥା ପ୍ରସିଦ୍ଧ କଳାକାର ମାନେ ଯୋଗ ଦେଇ ଶ୍ରୀ ଜଗନ୍ନାଥଙ୍କ ପ୍ରିୟ ଭଜନ ପରିବେଷଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ