ଦେଓଗାଁ ରେ ଆରମ୍ଭ ହେଲା ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪

କେସିଙ୍ଗା, (ମାଧବସାହୁ):କଳାହାଣ୍ଡି ଜିଲ୍ଲାର ସଂସ୍କୃତି,ଐତିହ,ପରମ୍ପରାର ମୁକସାଖି କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ଇତି ମଧ୍ୟରେ ଆରମ୍ଭ ହୋଇ ଯାଇ ଥିବା ବେଳେ ଗାଁ ରୁ ସହର ଚଳଚଞ୍ଚଳ ହୋଇ ଉଠିଥିବା ପରିଲକ୍ଷିତ ହେଉଛି।ଗୁରୁବାର ଦିନ କେସିଙ୍ଗା ବ୍ଲକ ଦେଓଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସର୍ବପ୍ରଥମେ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ପାଳନ କରାଯାଇଥିବା ବେଳେ ବ୍ଲକ୍ ର ୨୬ ଗୋଟି ଗ୍ରାମ ପଂଚାୟତ ରେ ପର୍ଜାୟକ୍ରମେ ଏହି ସାଂସ୍କୃତିକ ଉତ୍ସବ ପାଳନ କରାଯିବ ବୋଲି ବିଡ଼ିଓ ପଦ୍ମନାଭ ପୁରୋହିତ ପ୍ରକାଶ କରିଛନ୍ତି। ଦେଓଗାଁ ପାୟତର ସ୍ତରୀୟ କଳାହାଣ୍ଡି ଉତ୍ସବ ରେ ମୂଖ୍ୟ ଅତିଥି ଭାବରେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଯୋଗଦେଇ ଥିବା ବେଳେ।ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ଉପାଧ୍ୟକ୍ଷା ରାଜଶ୍ରୀ ପଟ୍ଟନାୟକ,ଦେଓଗାଁ ସରପଞ୍ଚ ଡମ୍ବରୁଧର ପଟ୍ଟନାୟକ ,କୁଣ୍ଡାବନ୍ଧ୍ ସମିତି ସଭ୍ୟ ତଥା ଅଞ୍ଚଳ ର ବିଶିଷ୍ଟ ସମାଜସେବୀ ମନୋଜ ପଟ୍ଟନାୟକ,ପ୍ରମୁଖ ଉପସ୍ଥିତ ଥିଲେ।ସକାଳ ୯ଘଣ୍ଟା ସମୟରେ ପ୍ରଥମେ ମଶାଲ ଶୋଭାଯାତ୍ରା ଆରମ୍ଭ କରାଯାଇ ସଂଖାଫୁକା,ସଙ୍ଗୀତ, ପୁଚି,ଝୋଟି ଚିତ୍ର,ହୁଳହୁଳି ଓ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।ପରେ ୧୨.୩୦ ମିନିଟ ସମୟରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା।ରେ ୨ ଘଣ୍ଟା ସମୟରୁ ମନଛୁଆ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା।ଶେଷରେ ମୂଖ୍ୟ ଅତିଥି ଙ୍କ ଦ୍ଵାରା କୃତ୍ତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଛି।ମଞ୍ଚ ପରିଚାଳନା କରିଥିଲେ ସୁଧୀର ନାଏକ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ