ଦେଢସୁର ଗୃହବନ୍ଦୀ କରି ରଖିଥିବା ଭାଇବୋହୁଙ୍କ ଅଭିଯୋଗ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଦେଢସୁର ଭାଇବୋହୁ ଏବଂ ତାଙ୍କ ପରିବାରଙ୍କୁ ଗୃହବନ୍ଦୀ କରି ରଖିଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯିବା ସହିତ ନ୍ୟାୟ ପାଇଁ ଭାଇବୋହୁର ସପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସି ରହିଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ଅମେଇପାଳ ଗ୍ରାମର ବିପିନ ବେହେରାଙ୍କ ପତ୍ନୀ ଦିପ୍ତିମୟୀ ବେହେରା ଅଭିଯୋଗ କରିଛନ୍ତି ଯେ ଗତ ଜୁଲାଇମାସ ୨୩ତାରିଖରୁ ତାଙ୍କ ପରିବାର ବାସ କରୁଥିବା ବାସଗୃହର ଦୁଆରମୁହଁକୁ ଅବରୋଧ କରି ତାଙ୍କ ଦେଢସୁର କାଳନ୍ଦୀ ବେହେରା ଗୃହ ନିର୍ମାଣ କରି ଦିପ୍ତିମୟୀଙ୍କ ପରିବାରକୁ ଗୃହବନ୍ଦୀ କରି ରଖିଥିବା ସମ୍ପର୍କରେ ଦିପ୍ତିମୟୀ ସ୍ଥାନୀୟ ସରପଞ୍ଚ ଓ ମାର୍ଶାଘାଇ ଥାନା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ବି କୈାଣସି ସୁଫଳ ମିଳିନଥିଲା । ନିର୍ମାଣାଧିନ ସେହି ପ୍ଲଟ ଉପରେ କୋର୍ଟର ନିଷେଧାଦେଶ ଥିବା ସତ୍ୱେ କାଳନ୍ଦୀ ଗୃହ ନିର୍ମାଣ କରୁଥିବା ଦିପ୍ତିମୟୀ ଅଭିଯୋଗ କରିଛନ୍ତି । ଫଳରେ ଦିପ୍ତିମୟୀ ଅନ୍ୟ କୈାଣସି ଉପାୟ ନପାଇ ନ୍ୟାୟ ପାଇବା ପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସପରିବାର ଅନଶନରେ ବସିରହିଥିଲେ । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର ଦିପ୍ତିମୟୀଙ୍କୁ ତାଙ୍କ ଚ୍ୟାମ୍ବରକୁ ଡକାଇ ଘଟଣା ସମ୍ପର୍କରେ ଆଲୋଚନା କରିବା ସହ ମାର୍ଶାଘାଇ ଥାନା ଅଧିକାରୀଙ୍କୁ ଆବଶ୍ୟକ ନିର୍ଦେଶ ପ୍ରଦାନ କରିବା ପରେ ଦିପ୍ତିମୟୀ ତାଙ୍କ ଅନଶନକୁ ସାମୟିକ ଭାବେ ସ୍ଥଗତି ରଖି ଘରକୁ ଫେରିଯାଇଥିବା ସୂଚନା ମିଳିଛି ।


