ଦେବଦୂତ ସାଜିଲେ ଯୁବ ସମାଜସେବୀ ରବିନ୍ ପୋଲାଇ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଭଞ୍ଜନଗର କୋରନା ଭୁତାଣୁ ପାଇଁ ଦେଶ ବ୍ୟାପି ସରକାର ଲକ୍ଡାଉନ ଘୋଷଣା କରିଛନ୍ତି ଯାହା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଏଭଳି ପରିସ୍ଥିତି ରେ ସାମାଜିକ ଦୂରତା କୁ ଗୁରୁତ୍ୱ ଦିଆ ଯାଉଥିବାରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରକ୍ତ ଦାନ ଶିବିର ର ଆୟୋଜନ ହୋଇପାରୁନାହିଁ। ମେଡିକାଲର ରକ୍ତ ଭଣ୍ଡାର ମଧ୍ୟ ରକ୍ତ ରହି ପାରୁନି ଏଭଳି ସମୟରେ ଦେବଦୂତ ସାଜି ୭ ବର୍ଷର କୁନି ଝିଅ ସିଲା ନାଇକ କୁ ରକ୍ତ ଦେଇଛନ୍ତି ଭଞ୍ଜନଗର ଅଂଚଳର ଯୁବ ସମାଜ ସେବୀ ରବିନ୍ ପୋଲାଇ । ସୂଚନାଯୋଗ୍ୟ ସୋରଡା ବ୍ଲକ ଅନ୍ତର୍ଗତ ସାନ ସୋରଡ଼ା ଗ୍ରାମର ମୁନା ନାଇକ ଙ୍କ ଝିଅ ସିଲା ନାଇକ ରକ୍ତହୀନତା ରେ ଆକ୍ରାନ୍ତ। ଡାକ୍ତର ଙ୍କ ନିର୍ଦେଶ କ୍ରମେ ପୂଜାକୁ ବିଭିନ୍ନ ସମୟରେ ରକ୍ତ ଦିଆ ଯାଉଥିଲା। ହେଲେ ବିଗତ କିଛି ଦିନ ହେବ ରକ୍ତଦାନ ଶିବିରର ଆୟୋଜନ ହୋଇପାରୁନଥିବାରୁ ତାଙ୍କୁ ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରକ୍ତ ମିଳିବାରେ ଅସୁବିଧା ହୋଇଥିଲା। ପରେ ଝିଅ ସିଲା କୁ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲ କୁ ଅଣା ଯାଇଥିଲା। ହେଲେ ଭଞ୍ଜନଗର ରକ୍ତ ଭଣ୍ଡାର ରେ ମଧ୍ୟ ରକ୍ତ ସଂକଟ ଦେଖା ଦେଇଥିଲା ଏହି ସମୟରେ ଝିଅ ସିଲା କୁ AB+ ରକ୍ତ ଦରକାର ପଡିବାରୁ ତାହା ରକ୍ତ ଭଣ୍ଡାର ରେ ନଥିଲା।ଅପର ପକ୍ଷେ ରେ ସମସ୍ତ ପ୍ରକାର ଯାତାୟତ ବନ୍ଦ ଥିବା ଯୋଗୁଁ ରକ୍ତ ମିଳିବାରେ ମଧ୍ୟ ଅସୁବିଧା ହୋଇଥିଲା। ପରେ ଏଭଳି ଏକ ଜରୁରୀ କାଳୀନ ଖବର ପାଇ ସମାଜ ସେବୀ ରବିନ୍ ପୋଲାଇ ଉପଖଣ୍ଡ ମେଡ଼ିକାଲ କୁ ଯାଇ ରକ୍ତଦାନ କରିଥିଲେ। ସୂଚନାଯୋଗ୍ୟ ସମାଜ ସେବୀ ରବିନ୍ ଆଗରୁ ମଧ୍ୟ ୨୩ ଥର ରକ୍ତଦାନ କରିଥିବା ବେଳେ ସେ ହେଉଛନ୍ତି ଏକା ଧାର ରେ ଜଣେ ସାମ୍ବାଦିକ ଓ ଗଂଜାମ ଜିଲ୍ଲା ମାନବାଧିକାର ସୁରକ୍ଷା ପରିଷଦ ର ସାଧାରଣ ସମ୍ପାଦକ । ରବିନ୍ ଙ୍କ ଏଭଳି ମହାନ କାଯ୍ୟ କୁ ସବୁଆଡୁ ପ୍ରଶଂସା ର ସୁଅ ଛୁଟୁଛି।