ଦେବସ୍ଥାନ ମହାବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଯୁବରେଡକ୍ରସ ଶିବିର ଅନୁଷ୍ଠିତ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ବିଡ଼ିପୁର ସ୍ଥିତ ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଯୁବରେଡକ୍ରସ ଶିବିର ଅନୁଷ୍ଠିତ ହୋଇଯାଇଛି | ପ୍ରଥମେ ଅତିଥି ମାନଙ୍କୁ ସ୍ୱାଗତ କରି ଫୁଲ ତୁଡ଼ା ସହ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ| ତାପରେ ପ୍ରଦୀପ ପ୍ରଜ୍ଜ୍ଳଳନ ଓ ବେଦମନ୍ତ ପାଠ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ | ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ଅଧ୍ୟାପକ ବସନ୍ତ କୁମାର ଶତପଥୀ ପ୍ରଦାନ କରିଥିଲେ | ଏଥିରେ ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିନ ବଦ୍ରିନାରାୟଣ ପାତ୍ର ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ କୁମାର ରାୟ ଯୋଗ ଦେଇଥିଲେ | ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ବି. ଗୋବିନ୍ଦ ରାଓ, ଜଗନ୍ନାଥପ୍ରସାଦ ପଞ୍ଚାୟତସମିତି ଅଧ୍ୟକ୍ଷ ଜୟ ଶ୍ରୀ ସାହୁ, ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟର ପରିଚାଳନା ସଭାପତି ଡ଼. ରାଜେନ୍ଦ୍ର ପ୍ରସାଦ ସ୍ୱାଇଁ ଓ ଅବସରପ୍ରାପ୍ତ ରିଡର ଲୋକନାଥ ମହାନ୍ତି ଓ ଜିଲ୍ଲା ସଂଯୋଜକ ଡ଼. ଜଗଦିଶ ପାଲ ମଂଚାସୀନ ଥିଲେ | ଅତିଥି ମାନେ ନିଜ ନିଜ ର ଅଭିଭାଷଣ ପ୍ରଦାନ କରିଥିଲେ | ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟ|ପିକା ଓ ଯୁବ ରେଡକ୍ରସ ସ୍ବେଛାସେବୀ ମାନେ ସହଯୋଗ କରିଥିଲେ | ପରିଶେଷରେ ଶ୍ରୀମତୀ ଅର୍ଚ୍ଚନାପ୍ରିୟଦର୍ଶନୀ, ସହ ସଂଯୋଜକ, ଯୁବରେଡ କ୍ରସ ମାନେ ଧନ୍ୟବାଦ ଅର୍ପଣ କରିଥିଲେ |