ଦେବୀଙ୍କ ଆଗମାନକୁ ସ୍ୱାଗତ କରୁଛି କାଶତଣ୍ଡୀ
ଜମନକିରା, (ଲିପନ ନାଏକ):ପାର୍ବଣର ଋତୁ ଆରମ୍ଭ ହୋଇଯାଇଛି l ଆଉ ମାତ୍ର କିଛିଦିନ ପରେ ମା ‘ ଙ୍କ ଶାରଦୀୟ ଦୁର୍ଗାପୂଜା ଆରମ୍ଭ କରାଯିବ l ଏ ନେଇ ଗାଁ ଠୁ ଧରି ସହର ଚଳଚଞ୍ଚଳ ହୋଇରହିଛି l ଖାଲି ସହର କାହିଁକି ମା ‘ଙ୍କ ଆଗମନର ବାର୍ତ୍ତା ନେଇ ଆସିଛି କାଶତଣ୍ଡୀ l ପ୍ରକୃତି ମଧ୍ୟ କାଶତଣ୍ଡୀରେ ସଜେଇ ହୋଇ ଧରା ପୃଷ୍ଟରେ ସୋନ୍ଦର୍ଯ୍ୟ ଭରି ଦେଇଛି l ନଦୀପଠା, ବିଲବାଡି,ପଡିଆ ତଥା ରାସ୍ତା କଡ଼ରେ ଗୋଛା ଗୋଛା ଧବଳ ମୁଖୀ କାଶତଣ୍ଡୀ ପବନରେ ଲହରା ଭାଙ୍ଗୁଛି l ଖରା, ଝାଞ୍ଜି ଓ ପ୍ରବଳ ବର୍ଷାର ଅବସାନ ପରେ ଏବେ କାଶତଣ୍ଡୀ ହସି ଉଠିଛି l ତାର ଏହି ସ୍ମିତହାସ୍ୟ ଜନମନର ଭିନ୍ନ ଏକ ପୁଲୁକ ସୃଷ୍ଟି କରିବା ସହ ନୂତନ ବିଶ୍ୱାସ ସୃଷ୍ଟି କରିଛି l ଭବିଷ୍ୟତର ନୂତନ କାର୍ଯ୍ୟସୂଚୀକୁ ନେଇ ଖୁବ ଶୀଘ୍ର ଆଗୁଆ ହୋଇ ଝିରି ଝିରି ସୁକ୍ଷ୍ମକେଶୀ କାଶତଣ୍ଡୀ ପୃଥିବୀ ପୃଷ୍ଟରେ ଅବତରଣ କରିଛି l ସତେଯେମିତି ମା ‘ଙ୍କ ଆଗମନ ବେଳେ ସ୍ୱାଗତ କରିବାକୁ ଧରାପୃଷ୍ଟରେ ନିଜକୁ ଧଳା ଚଦରରେ ସଜେଇ ଦଇଛି l ଗାଁ ଗହଳିର ସାମାଜିକ ଜୀବନରେ କାଶତଣ୍ଡୀର ମହତ୍ତ୍ୱ ସବୁଠାରୁ ଅଲଗା ଓ ଅନ୍ୟାନ୍ୟ l ଶୁଭ୍ର ସ୍ୱଛତାର ବାର୍ତ୍ତା ବହନ କରୁଥିବା ଏଇ କାଶତଣ୍ଡୀକୁ ନା କିୟେ ରୋପଣ କରେ ନା କିୟେ ତାର ଯତ୍ନ ନେଇଥାଏ l ଆପଣାଛାଏ ଶାରଦୀୟ ଅଭିନନ୍ଦନର ପୁଷ୍ପଗୁଚ୍ଛl ଧରି ଶରତ ଋତୁର ପ୍ରାରମ୍ଭରେ ଦେଖାଦେଇ ପୁଣି କୁଆଡେ ଉଭେଇଯାଏ l ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଆଗୁଆ ପଦାର୍ପଣ କରିଥିବା କାଶତଣ୍ଡୀ ମା ‘ଙ୍କ ଅଗମନର ବାର୍ତ୍ତା ଦେବା ସହିତ ସମଗ୍ର ପରିବେଶକୁ ବିମଳ ନିର୍ମଳ କରିବାରେ ଲାଗିପଡ଼ିଛି ତାର ଅନିର୍ବଚିୟ ଆନନ୍ଦ ଓ ସୁକ୍ଷ୍ମ ସ୍ପର୍ଷ ମାନବ ସମାଜକୁ ପ୍ରେମର ବାର୍ତ୍ତା ପ୍ରେରଣ କରିବାରେ ଲାଗିଛି l ଜଂଜାଳମୟ ଜୀବନକୁ ଉପଭୋଗ କରିବା ସହ ଆଧ୍ୟାତ୍ମିକତାରେ କିଛି ସମୟ ହଜିଯିବାର ବାର୍ତ୍ତା ନେଇ କାଶତଣ୍ଡୀ ଆଜି ପ୍ରଚୁର ଭାବେ ଫୁଟି ଉଠିଛି l ମନୁଷ୍ୟ ସମାଜରେ ନୁଆଁ ଆଶା ନୁଆଁ ବିଶ୍ୱାସ ସଞ୍ଚାର କରୁଛି l ଦୁଃଖ ଯାଇ ସୁଖ ଆସିବ, ଅନ୍ଧାର ହାଟିଯାଇ ଆଲୋକର ପ୍ରଭା ପ୍ରକାଶିତ ହେବ l ଏହି ଦୃଢ ପ୍ରତିଶୃତିରେ ଇସ୍ତାହାର ନେଇ କାଶତଣ୍ଡୀ ପଦାର୍ପଣ କରିଛି l ସିଂହଵାହୀନି ମା ‘ ଦୁର୍ଗାଙ୍କ ବିଜୟ ଦଶମୀରେ ବିଜୟ ମଣ୍ଡିତ ହୋଇ ସାମସ୍ତଙ୍କୁ ଦର୍ଶନ ଦେବେ ମା l ଏହି ଆନନ୍ଦପ୍ରଦ ଶୁଭ ମୁହୂର୍ତ୍ତର ଆପେକ୍ଷରେ ଜନସାମଜ ରହିଛି l ଯେଉଁ ଆଡେ ଦେଖିଲେ କେଣ୍ଡା କେଣ୍ଡା ହୋଇ ଝୁଲୁଥିବା କାଶତଣ୍ଡୀର ଶୁଭ୍ର, ସ୍ଵଛ ରୂପ ଏକ ଉସ୍ୱାବମୟ ପରିବେଶ ସୃଷ୍ଟି କରୁଛି l ଏହା ହିଁ ହସ୍ୟାମୟୀ ଲସ୍ୟାମୟୀ ପ୍ରକୃତିର ଜନସମାଜର ଅବଦାନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ l