ଦେବୀନଦୀ କୂଳରୁ ଅଚିହ୍ନା ଗଳିତ ଶବ ଉଦ୍ଧାର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ରୋହିଆ ପଂଚାୟତର ଅନନ୍ତପୁରା ଗାଁ ନିକଟସ୍ଥ ଦେବୀନଦୀ କୂଳରୁ ଶୁକ୍ରବାର ଏକ ଅଚିହ୍ନା ବ୍ୟକ୍ତିର ଶବକୁ ଉଦ୍ଧାର କରାଯାଇଛି । ଯାହାର ଆନୁମାନିକ ବୟସ ୨୫ରୁ ୪୦ବର୍ଷ ହେବ ବୋଲି ଜଣାଯାଇଛି । ସୂଚନା ଅନୁସାରେ ଦେବୀନଦୀ କୂଳର ଅନନ୍ତପୁରା ଘାଟ ନିକଟରେ ଏକ ଶବ ଭାସୁଥିବା ସ୍ଥାନୀୟ ଲୋକ ଦେଖିଥିଲେ । ଶବଟି ପଚି ନଷ୍ଟ ହୋଇଯାଇଥିବା ବେଳେ ଗୋଡ ଆଡୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଥାନା ଆଇଆଇସି ଅନିରୁଦ୍ଧ ନାୟକ ସୂଚନା ପାଇ ଘଟଣାସ୍ଥଳରେ ପହଁଚି ଶବକୁ ଜବତ କରିବା ସହ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଛେଦ ପାଇଁ ପଠାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ