ଦେବୀ ନଦୀରେ କୁମ୍ଭୀରକୁ ନେଇ ନଦୀ କୂଳିଆ ଗ୍ରାମବାସୀ ଆତଙ୍କିତ
ନିମାପଡା ( ସନ୍ତୋଷ ଦାଶ ) ପୁରୀ ଓ ଜଗତସିଂହପୁର ଜିଲ୍ଲା ର ସୀମାବର୍ତ୍ତୀ ଅଞ୍ଚଳ ଦେଇ ଦେବୀ ନଦୀ ପ୍ରବାହିତ ହେଉଛି l ନଦୀକୂଳରେ ହଜାର ହଜାର ପରିବାର ବlସକରୁଥିବାବେଳେ ପୁରୀ ଜିଲ୍ଲା ର ପଥରପକା ଠାରୁ ଭଣ୍ଡିସାହି ଓ ଖଣ୍ଡାସାହି ଠାରୁ ତାଳଦା ପର୍ଯ୍ୟନ୍ତ ଡ଼ଙ୍ଗା ଚଳାଚଳ କରୁଛି l ଡ଼ଙ୍ଗା ରେ ସବୁଦିନ ଶହ ଶହ ଲୋକ, କୁନି କୁନି ପିଲା, ମହିଳା, ଛାତ୍ର ଛାତ୍ରୀ ଯାଆସ କରୁଛନ୍ତି l ଗତ କିଛିଦିନ ହେବ ଶିଖରଘାଟ ଠାରୁ ଖଣ୍ଡାସାହି ପର୍ଯ୍ୟନ୍ତ ପ୍ରାୟ 20 କିମି ନଦୀ ମଧ୍ୟରେ 3 ଟି ବଡ କୁମ୍ଭୀର କୁ ଚଳାଚଳ କରୁଥିବା ଲୋକମାନେ ଦେଖି ଅସ୍ତରଙ୍ଗ ବନବିଭାଗ କୁ ଜଣାଇଥିଲେ ମଧ୍ୟ ବନ ବିଭାଗ କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରି ନଥିବାରୁ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ନଦୀ କୁ ଗାଧେଇବାକୁ, ଶୌଚ ହେବାକୁ ଲୋକମାନେ ଯିବାକୁ ଭୟ କରୁଥିବାବେଳେ ଡ଼ଙ୍ଗା ରେ ଯାତାୟାତ କରୁଥିବାଲୋକ ଓ ଡ଼ଙ୍ଗା ଚlଳକ ଆତଙ୍କିତ ଅବସ୍ଥା ରେ ଯାତାୟାତ କରୁଛନ୍ତି l ନଦୀ କୂଳିଆ ଗ୍ରାମବାସୀ ରାତିରେ ଶୋଇପାରୁ ନାହାନ୍ତି କିମ୍ବା ନିଜ ନିଜ ର ଗୋରୁ, ଗାଈ, ଛେଳି, ମେଣ୍ଢା ଙ୍କୁ ନଦୀ କୂଳ ପଡିଆ କୁ ଚରିବାକୁ ନେଉନାଁହାନ୍ତି l ଭୟର ବାତାବରଣ ମଧ୍ୟରେ ଲୋକ ମlନେ କାଳାତିପାତ କରୁଥିଲେ ମଧ୍ୟ ବନ ବିଭାଗ ନିଘୋଡ଼ ନିଦରେ ଶୋଇରହିଛି l ତୁରନ୍ତ ନଦୀ ରୁ କୁମ୍ଭୀର ଗୁଡିକୁ ଧରି ନନ୍ଦନକାନନ ନେଇଯିବାକୁ ସାଧାରଣ ରେ ଦାବି ହେଉଛି l


