ମସ୍ୟଜୀବିଙ୍କ ପାଇଁ ଫିସଫ୍ରେଣ୍ଡ ମୋବlଇଲ ଆପ ଉନ୍ମୋଚିତ
ନିମାପଡା ( ସନ୍ତୋଷ ଦାଶ ) :ଚେନାଇ ର ଏମ. ଏସ. ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ ଓ ଓଡିଶା ସରକାର ଙ୍କ ମସ୍ଚ୍ୟ ବିଭାଗ ର ମିଳିତ ସହାୟତା ରେ ପ୍ରସ୍ତୁତ ଫିସ ଫ୍ରେଣ୍ଡ ମୋବାଇଲ ଆପ ଅସ୍ତରଙ୍ଗ ଉପକୂଳ ର ନୂଆଗଡ ମେରାଇନ ଥାନା ପରିସର ରେ ସୋମବାର ଦିନ ଲୋକାର୍ପିତ ହୋଇଛି l ବୈଜ୍ଞାନିକ ଡ଼ଃ.ଭେଲ. ଭି. ଡି.ଏହି ଆପ କୁ ନୂଆଗଡ ମେରାଇନ ଥାନା ପରିସର ଠାରେ ଆୟୋଜିତ ଏକ ଉତ୍ସବ ରେ ଲୋକାର୍ପଣ କରିଥିଲେ l ଏହି ଆପ ଜରିଆରେ ମସ୍ଚ୍ୟଜୀବି ମlନେ ଅଲିଭରିଡଲେ କଇଁଛ ଙ୍କ ଗତିବିଧି,ମସ୍ଚ୍ୟ ସମ୍ପଦ, ସାମୁଦ୍ରିକ ସୀମା, ପ୍ରାକୃତିକ ବିପତ୍ତି ପ୍ରଭୃତି 17 ଟି ବିଷୟ ରେ ସବିଶେଷ ସୂଚନା ପାଇପlରିବେ l ଏହି ଉତ୍ସବ ରେ ଅତିରିକ୍ତ ସାମୁଦ୍ରିକ ମସ୍ଚ୍ୟଧିକାରୀ ରବୀନ୍ଦ୍ର କୁମାର ମହାନ୍ତି,କଟକ ସହକାରୀ ମସ୍ଚ୍ୟଧିକାରୀ ଅମିତ କୁମାର ପାଢ଼ୀ,କୋଣାର୍କ ରେଞ୍ଜର ବେଣୁଧର ବେହେରା, ପରିବେଶବିଦ ଶୋଭାକର ବେହେରା ପ୍ରମୁଖ ଯୋଗଦାନ କରି ଏହି ଆପ ଦ୍ୱାରା କିପରି ମସ୍ଚ୍ୟଜୀବି ମlନେ ଉପକୃତ ହୋଇପାରିବା ସହିତ ମସ୍ଚ୍ୟଜୀବି, ବନବିଭାଗ, ମେରାଇନ ପୋଲିସ ଙ୍କ ମଧ୍ୟରେ ସମନ୍ୱୟ ରହିପାରିବ ସେ ଦିଗରେ ସବିଶେଷ ତଥ୍ୟ ପ୍ରକାଶ କରିଥିଲେ l


