ଦେବୀ ନଦୀ ପାଲଟିଛି ଅପରାଧିଙ୍କ ଚରାଭୂଇଁ :୨ ଶବ ଉଦ୍ଧାର

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍) : ଦେବୀନଦୀ ପାଲଟିଛି ଅପରାଧୀଙ୍କର ଚରାଭୁଇଁ । ଏହି ନଦୀରୁ ବିଭିନ୍ନ ସମୟରେ ଶବ ଉଦ୍ଧାର ହେଇ ପୋଲିସ ଡାଇରୀରେ ଅପମୃତ୍ୟୁ ମାମଲା ରୁଜୁ ହୋଇ ରହୁଛି । ଶବ ଦିର୍ଘଦିନ ପାଣିରେ ଭାସୁଥିବା ବେଳେ ପୋଲିସ ଉଦ୍ଧାର କରୁ ନାହିଁ ଫଳରେ ପଚି ନଷ୍ଟ ହୋଇଯାଉଥିବା ଦେଖାଯାଇଛି । ଏପରିକି କେତେକ ଶବ ଦେବୀନଦୀର କୁଳରେ ଲାଗୁଥିବା ବେଳେ ଆଉ କେତେକ ସମୁଦ୍ର ଭିତରକୁ ଭାସିଯାଉନôତବା କିଏ ବା କହିବ । ଅନେକ ବର୍ଷ ପୂର୍ବରେ ଏହି ନାଉଗାଁ ଅଂଚଳକୁ ନିଆଳି ଅଂଚଳର କଲେଜ ଛାତ୍ରୀ ବିଶ୍ୱରୂପାକୁ ଆଣି ହତ୍ୟ କରିବା ପରେ ଦେବୀନଦୀରେ ଭସାଇ ଦିଆଯାଇଥିଲା । ଯାହାକୁ ନେଇ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସେହିପରି ଏକ ଟ୍ରକ ଚୋରୀ ଘଟଣାକୁ ନେଇ କେନ୍ଦ୍ରପଡାର ବିଜୟକୁ ଆଣି ଦେବୀନଦୀ ପଠାରେ ମୁର୍ମଷୁ ଭାବେ ଖୁରରେ କାଟି ଅଧାପୋଡା କରିଦିଆଯାଇଥିଲା ଫଳରେ ଏଠାରେ ବିଜୟର ହତ୍ୟାକାଣ୍ଡ ହୋଇଥିଲା । ଏହାମଧ୍ୟରେ ଦେବୀ ନଦୀରୁ ବାରମ୍ବାର ଶବ ମୁଳୁଛି । ଏହି ଘଟଣା କେବଳ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅଚିହ୍ନା ଶବ ହୋଇ ରହିଯାଇଛି । କିନ୍ତୁ ପୋଲିସ ଏହି ଘଟଣା ମଧ୍ୟରେ ମୁଣ୍ଡ ପୁରାଇବାକୁ ଚେଷ୍ଟା କରୁନି କାହିଁକି । ଏହାକୁ କିଏ ହତ୍ୟା କରି ଆଣି ଫିଙ୍ଗି ଦେଉଛି ନା ଆତ୍ମହତ୍ୟା ହୋଇଛି, କଣ ଏ ଘଟଣା । ଏହି ସଂପୂର୍ଣ୍ଣ ଘଟଣା ଉପରୁ ପରଦା ହଟିପାରୁନାହିଁ । ଏ ସଂପୂର୍ଣ୍ଣ ଘଟଣାକୁ ଦେଖିଲେ ଦେବୀ ନଦୀରେ ବାରମ୍ବାର ଶବ ଭାସିବା ଏକ ରୋଚକ ମୋଡ ନେଲାଣି । ଏହି ନଦୀରେ ଗୋଟାଏ ପରେ ଗୋଟାଏ ଶବ ଭାସୁଛି ଆଉ କେହି କାହା ଥାନାକୁ ନେବା ପାଇଁ ଚାହୁଁ ନାହାନ୍ତି । ନିଆଳି ଥାନା ଅଂଚଳରେ ଭାସୁଥିବା ଶବ ୪ ଦିନ ଭାସିଲେ ମଧ୍ୟ ଅପେକ୍ଷା କରୁଛି କିପରି ନାଉଗାଁ ଥାନା ଅଂଚଳରେ ଲାଗୁ । ନାଉଗାଁ ଥାନା ଚାହୁଁଚି କିପରି ନିଜ ଥାନା ଅଂଚଳରୁ ଭାସି ଅନ୍ୟ ଥାନା ଅଂଚଳରେ ଲାଗୁ । ନଦୀପଠାରେ ଶବ ଲାଗିଲା ପରେ ଯେଉଁ ଅଂଚଳର ହେଉଛି ସେହି ପୋଲିସ ଯାଇ ଶବକୁ ଉଦ୍ଧାର କରୁଛି । ଯାହାକି ଦିର୍ଘଦିନ ଶବ ପାଣିରେ ରହିବା ପରେ ପଚି ନଷ୍ଟ ହୋଇଯାଉଛି । ଏହିପରିି ଏକ ଶବ ନାଉଗାଁ ଥାନା ଅଧିନ ନୟାସିଙ୍ଗଡାର ଦେବୀନଦୀ ପଟାରୁ ଅଗଷ୍ଟ ୨୩ ତାରିଖ ସଂଧ୍ୟାରେ ନାଉଗାଁ ପୋଲିସ ଏକ ଶବ ଜବତ କରିଥିଲା । ଯାହାକି ପଚି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାରୁ ଶବଟି ଅଚିହ୍ନା ଭାବେ ରହିଥିବା ବେଳେ ଆଜି ଆଉ ଏକ ଅଜଣା ମହିଳାଙ୍କ ଶବକୁ ନାଉଗାଁ ପୋଲିସ ଦ୍ୱାରା ରୋହିଆ ପଂଚାୟତ ଅରଖକୁଦ ଗ୍ରାମର ଦେବୀନଦୀ ପଠାରୁ ମଙ୍ଗଳବାର ଉଦ୍ଧାର କରାଯାଇଛି । ସକାଳ ସମୟରେ ଦେବୀନଦୀ ପଠାରେ ଏକ ଶବ ଲାଗିଥିବା ସ୍ଥାନୀୟ ଲୋକ ଦେଖି ନାଉଗାଁ ଥାନାକୁ ଖବର ଦେଇଥିଲେ । ଥାନା ପକ୍ଷରୁ ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କର ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରିଥିଲେ । ପରେ ଜଗତସିଂହପୁର ଏସଡିପିଓ ପ୍ରକାଶ ଚନ୍ଦ୍ର ପାଲ ଓ ସାଇଂଟିଫିକ ଟିମ ପହଂଚି ତଦନ୍ତ କରିଥିଲେ । ଶବଟି ଅଧିକ ଦିନ ପାଣିରେ ରହିଥିବାରୁ ଡାହାଣ ହାତ ନଷ୍ଟ ହୋଇଯାଇଥିବା ବେଳେ ଅଧିକାଂଶ ସ୍ଥାନ ପଚି ଦୁର୍ଗନ୍ଧ ବାହାରୁଥିଲା । ଏପରିକି ଶବଟିକୁ ଚିହ୍ନଟ କରିବା କଷ୍ଟସାଧ୍ୟ ହୋଇପଡିଛି । ଶବଟିର ବାମ ହାତରେ ସ୍ୱର୍ଣ୍ଣଲତା କିମ୍ବା ସ୍ୱର୍ଣ୍ଣ ଦେଇ ବୋଲି ଚିତାକୁଟା ଯାଇଥିବା ଜଣାଯାଇଛି । ହତ୍ୟା କି ଆତ୍ମହତ୍ୟା ତାହା ଜଣାପଡି ନଥିବା ବେଳେ ଥାନା ପକ୍ଷରୁ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଏଟାରେ ପ୍ରକାଶ୍ୟ ଯୋଗ୍ୟ ଗତ ଅଗଷ୍ଟ ୩୧ ତାରିଖରେ ଦେବୀନଦୀରେ ଏକ ଶବ ଭାସୁଥିବା ଜଣାପଡିଥିଲା । କିନ୍ତୁ ଯେଉଁ ସ୍ଥାନରେ ଶବଟି ଭାସୁଥିଲା ତାହା ନିଆଳି ଥାନା ଅଧିନରେ ରହିଥିବା ଜଣାଯାଇଥିଲା । ଦୀର୍ଘ ୩ ଦିନ ନଦୀରେ ଭାସିବା ପରେ ନିଆଳି ଥାନା ପକ୍ଷରୁ ଶବକୁ ଉଦ୍ଧାର କରାଯାଇନଥିଲା । ଯାହାକି ଶବ ଉଦ୍ଧାର ହେବାର ବିଳମ୍ବ ହେବାରୁ ପରିଚୟ ମିଳିବା କଷ୍ଟ ସାଧ୍ୟ ହେଉଥିବା ଚର୍ଚ୍ଚା ହେଉଛି । ଅନ୍ୟପଟରେ ଏ ସମସ୍ତ ଘଟଣା ଦେଖିଲେ ଦେବୀ ନଦୀ ଅପରାଧିଙ୍କର ଏକ ଚରାଭୁଇଁ ପାଲଟିଛି । ଅପରାଧିକାରୀ ଏହି ସ୍ଥାନକୁ ଏକ ନିରାପଦ ଜାଗା ବୋଲି ମଣୁଛନ୍ତି । ଯିଏ ଯାହାକୁ ପାଉଛି ଦେବୀନଦୀକୁ ଆଣି ହତ୍ୟାକରୀ ଫିଙ୍ଗି ଦେଉଛି । ଯଦି ଶବ ନଦୀପଠାରେ ଲାଗିଲା ଶବ ଜଣାପଡୁଛି ଯଦି ଶବ ନ ଲାଗିଲା ସମୁଦ୍ର ଭିତରକୁ ପଳାଉଛି । ଫଳରେ ଘଟଣାଟି ଚପି ଯାଉଛି । ଏ ଘଟଣା ଗୋଟିଏ ବଡ ଚର୍ଚ୍ଚାର ବିଷୟ ହେଲାଣି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ