ଦେଶବ୍ୟାପୀ ଦୁଇଦିନିଆ ଧର୍ମଘଟ ବାଲେଶ୍ୱରରେ ସଫଳ କରିବାକୁ ପ୍ରସ୍ତୁତି

ବାଲେଶ୍ୱର, (ସରୋଜ ପଣ୍ଡା) :କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଜାତୀୟ ସ୍ୱାଧୀନ ଫେଡେରେସନ୍‌ମାନଙ୍କ ମିଳିତ ଆହ୍ୱାନ କ୍ରମେ ଆସନ୍ତା ୨୮ ଓ ୨୯ ତାରିଖ ଦୁଇଦିନ ଧରି ଦେଶବ୍ୟାପୀ ହେବାକୁ ଯାଉଥିବା ଧର୍ମଘଟ ବାଲେଶ୍ୱର ଜିଲାରେ ସଫଳ କରିବା ଉଦ୍ଦେଶ୍ୟରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପାୱାର ଏମ୍ପେ୍ଲାଇଜ୍ ୟୁନିୟନ ସଭାଗୃହରେ ଆୟୋଜିତ ଏହି ପ୍ରସ୍ତୁତି ସମ୍ମିଳନୀରେ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡି ମୁଖ୍ୟବକ୍ତା ଭାବେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଜନଗଣ ବିରୋଧୀ ନୀତି ଓ ଏହାକୁ ସମର୍ଥନ କରୁଥିବା ରାଜ୍ୟ ସରକାରମାନଙ୍କୁ ଦୃଢ଼ ସମାଲୋଚନା କରିଥିଲେ । ବିଶେଷ କରି ସଂଶୋଧିତ ଶ୍ରମଆଇନକୁ ବାତିଲ କରିବା, ଘରୋଇ କରଣ ବନ୍ଦ କରିବା, ସ୍କିମ୍ ୱାର୍କରମାନଙ୍କୁ କର୍ମଚାରୀ ମାନ୍ୟତା ଦେବା, ଠିକାଶ୍ରମିକ ବ୍ୟବସ୍ଥା ଉଚ୍ଛେଦ କରି ସମାନ କାମକୁ ସମାନ ବେତନ, କୃଷି ଆଇନ୍ ବାତିଲ ପରେ କିଷାନ ମୋର୍ଚ୍ଚାର ଛଅଦଫା ଦାବି ପୂରଣ କରିବା, ପ୍ରତିରକ୍ଷା ସେବା ଆଇନ୍ ବାତିଲ କରିବା, ସର୍ବନିମ୍ନ ମାସିକ ବେତନ ୨୬ ହଜାର ଓ ମାସିକ ପେନସନ୍ ୯ ହଜାର ଟଙ୍କା ପ୍ରଦାନ କରିବା, ଆୟକର ପ୍ରଦାନ କରୁନଥିବା ପରିବାରକୁ ମାସିକ ୭୫୦୦ ଟଙ୍କା ସହାୟତା ପ୍ରଦାନ କରିବା, ଦରଦାମ୍ ବୃଦ୍ଧି ନିୟନ୍ତ୍ରଣ କରିବା, ବେକାର ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଦେବା, ବନ୍ଦ କଳକାରଖାନା ଚାଲୁ କରିବା, ଇପିଏଫ୍ ସୁଧହାର ହ୍ରାସ ପ୍ରତ୍ୟାହାର ପ୍ରଭୃତି ଦାବିରେ ହେଉଥିବା ଦୁଇଦିନିଆ ଧର୍ମଘଟକୁ ସଫଳ କରିବା ପାଇଁ ଶ୍ରୀ ରେଡ୍ଡି ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନରୁ ଅରୁଣ ସ୍ୱାଇଁ, ଶ୍ୟାମସୁନ୍ଦର ଜେନା, ଆରତୀ ଦାସମହାପାତ୍ର, ସର୍ବେଶ୍ୱର ମିଶ୍ର, ଜଗଦୀଶ ବାରିକ, ରବୀନ୍ଦ୍ର ବେହେରା, ଜଗଦୀଶ ବେହେରା ଓ ବିକଶ ଦାସଙ୍କୁ ନେଇ ଗଠିତ ସଭାପତିମଣ୍ଡଳୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆବାହକ ଗୌରାଙ୍ଗ ପାଣିଗ୍ରାହୀ ଏଥିରେ ସ୍ୱାଗତ ଅଭିଭାଷଣ ପ୍ରଦାନ ସହ ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ବିଭିନ୍ନ ଶ୍ରମିକ ଓ ଗଣ ସଂଗଠନରୁ ତାରାକାନ୍ତ ପଟ୍ଟନାୟକ, ବିଜୟ ପାତ୍ର, ମାୟାଧର ନାୟକ, ଜୟନ୍ତ ଦାସ, ଚାଷୀନେତା ଅରୁଣ ଜେନା, ରବିନାରାୟଣ ମିଶ୍ର, ଶ୍ୟାମସୁନ୍ଦର ଜେନା, ବେଣୁଧର ବାରିକ, ନିର୍ମଳ ନାୟକ, ସୁଦର୍ଶନ ଜେନା, ବାଇଧର ସିଂ, ଗୌରୀ ଦାସ, ଶାନ୍ତନୁ ଦାସ, ପରମେଶ୍ୱର ପାତ୍ର, ନିରଞ୍ଜନ ପରିଡ଼ା, ବନ୍ଦନା ପାତ୍ର, ଉମାକାନ୍ତ ଦାସ, ବଂଶୀଧର ବେହେରା, ସୁଶାନ୍ତ ନାୟକ, ଭରତ ସେଠୀ, ପୂର୍ଣ୍ଣଚନ୍ଦ୍ର ପାତ୍ର, ନିରଞ୍ଜନ ଦାସ ପ୍ରମୁଖ ଏଥିରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଶରତ ଚନ୍ଦ୍ର ଦଳାଇ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ