ଦେଶବ୍ୟାପୀ ବିକ୍ଷୋଭ କରିବ ଭାରତୀୟ ମଜଦୁର ସଂଘ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବାଧୀନ ଏନ୍‌ଡିଏ ସରକାରର ‘ଶ୍ରମ ବିରୋଧୀ ନୀତି ବିରୋଧରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସହ ଯୋଡ଼ି ହୋଇ ରହିଥିବା ଭାରତୀୟ ମଜଦୁର ସଂଘ (ବିଏମ୍‌ଏସ୍‌) ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ। ଶୁକ୍ରବାର ୩ ତାରିଖ ଦିନ ବିଏମ୍‌ଏସ୍‌ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବ ବୋଲି ଘୋଷଣା କରିଛି। ଏହି ଆଧାରରେ ଏହି ମଜଦୁର ସଂଘ ଦିଲ୍ଲୀର ଜନ୍ତରମନ୍ତର ସହିତ ସମସ୍ତ ଜିଲ୍ଲାର ମୁଖ୍ୟାଳୟଠାରେ ବିରୋଧ ପ୍ରଦର୍ଶନ କରିବ। ଭାରତୀୟ ମଜଦୁର ସଂଘର ମହାସଚିବ ବ୍ରିଜେଶ୍‌ ଉପାଧ୍ୟାୟ କହିଛନ୍ତି ଯେ, ଏହି ସଙ୍ଗଠନ ଚାକିରି କ୍ଷେତ୍ରରେ ଥିବା ଚୁକ୍ତି ତଥା ଚୁକ୍ତିଭିତ୍ତିକ ପ୍ରକ୍ରିୟାର ପ୍ରବଳ ବିରୋଧ କରୁଛି। ଚୁକ୍ତି, ଫିକ୍ସଡ ଟର୍ମ, ଡେଲି ଓ୍ବେଜ୍‌, ଅସ୍ଥାୟୀ କାର୍ଯ୍ୟକୁ ସ୍ଥାୟୀ କରିବା ନେଇ ଦାବି କରୁଛି। ଏହା ସହିତ ଭାରତୀୟ ମଜଦୁର ସଂଘ ବ୍ୟକ୍ତିଗତ ଆୟକର ସୀମା ୮ ଲକ୍ଷକୁ ବୃଦ୍ଧି କରିବା ନେଇ ମଧ୍ୟ ଦାବି ରଖିଛି। ପ୍ରତ୍ୟକ୍ଷ ବିଦେଶୀ ନିବେଶ ଓ ପ୍ରତିରକ୍ଷା କ୍ଷେତ୍ରର ଘରୋଇକରଣ ରାଷ୍ଟ୍ରୀୟ ସୁରକ୍ଷା ଅନ୍ତର୍ଗତ ଅଟେ ବୋଲି କହିଛନ୍ତି ଉପାଧ୍ୟାୟ। ସେହିପରି ରେଳବାଇର ଘରୋଇକରଣକୁ ମଧ୍ୟ ବିରୋଧ କରିଛି ଏହି ସଙ୍ଗଠନ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ