ଦେଶରୁ ଚୋରି କରିଥିବା ୭୫ ପ୍ରତିଶତ ଐତିହାସିକ ସମ୍ପତି ସ୍ୱଦେଶ ଅଣାଗଲା- ଜି କିଶନ ରେଡ୍ଡି
ନୂଆଦିଲ୍ଲୀ, (ୱାଇଏନ୍ଏସ୍): ଦେଶରୁ ଚୋରି କରାଯାଇଥିବା ୭୫ ପ୍ରତିଶତ ଐତିହାସିକ ସମ୍ପତି ଏବେ ସ୍ୱଦେଶ ଅଣାଯାଇଛି । ପୂର୍ବ ସାତବର୍ଷରେ ବିଦେଶୀ ଭୂଇଁରେ ଚୋରି କରି ପଠାଯାଇଥିବା ସମସ୍ତ ଐତିହାସିକ ସମ୍ପତି ଭିତରୁ ୭୫ ପ୍ରତିଶତ ଫେରାଯାଇଛି ।
ସଂସ୍ୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଜି କିଶନ ରେଡୀ ରାଜ୍ୟସଭାରେ ପଚରାଯାଇଥିବା ଲିଖିତ ପ୍ରଶ୍ନର ଉତରରେ ଏହି ସୂଚନା ଦେଇଛନ୍ତି । ଜି. କିଶନ ରେଡ୍ଡୀଙ୍କ ମତରେ ଦେଶରେ ଏବେପର୍ଯ୍ୟନ୍ତ ମୋଟ ୫୪ ପୁରାତାତ୍ୱିକ ମହତ୍ୱପୂର୍ଣ୍ଣ ସମ୍ପତି ଫେରସ୍ତ ଅଣାଯାଇଛି, ଏଥିମଧ୍ୟରେ ଚୋଳ ସାମ୍ରାଜ୍ୟର ନଟରାଜ ମୂର୍ତି, ମହାତ୍ମା ବୁଦ୍ଧଙ୍କ ମୂର୍ତି ସାମିଲ ଅଛି ।