ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୦୦ ଟପିଲା

ନୂଆଦିଲ୍ଲୀ: ଚୀନ ସହରରୁ ଆରମ୍ଭ ହୋଇଥିବା କରୋନା ଏବେ ବିଶ୍ବ ମହାମାରୀର ରୂପ ନେଇଛି। ଏହି କରୋନା କବଳରେ ବିଶ୍ବର ୨୧୦ଟି ରାଷ୍ଟ୍ର କବଳିତ ହୋଇଛନ୍ତି। ସେହିପରି ଭାରତରେ ମଧ୍ୟ ଏହା ଦ୍ରୁତ ଭାବରେ ବ୍ୟାପି ଚାଲିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୦୦ ଟପିଯାଇଛି। ସେହିପରି ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୬୬୧ ରହିଥିବାବେଳେ ଚିକିତ୍ସାଧୀନ ରହିଛନ୍ତି ୬୦୩୯ଜଣ ସେହିପରି ଡିସ୍‌ଚାର୍ଜ ହୋଇଛନ୍ତି ୫୧୫ ଜଣ। ଦେଶରେ କରୋନା ଯୋଗୁଁ ୨୦୬ ଜଣଙ୍କର ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଜାରି କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୩୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦେଶରେ ୮୯୬ ଟି ନୂତନ ମାମଲା ଆସିଛି ବୋଲି ସୂଚନା ରହିଛି। ଦେଶରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ। ଦେଶରେ ସର୍ବାଧିକ କରୋନା ସଂକ୍ରମିତ ମହାରାଷ୍ଟ୍ରରେ ରହିଛନ୍ତି। ଏଠାରେ ୧୩୬୪ ଜଣ ସଂକ୍ରମିତ ରହିଥିବାବେଳେ ୯୭ ଜଣଙ୍କର ମୃତ୍ୟୁ ହୋଇଛି ଓ ୧୨୪ଜଣ ସୁସ୍ଥ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ