ଦେଶରେ ମୋଟ ୧,୩୧,୮୬୮କୋଭିଡ ରୋଗୀଙ୍କ ମଧ୍ୟରୁ ୫୫,୪୪୦ଆରୋଗ୍ୟ, ୭୩,୫୬୦ ଜଣ ସକ୍ରିୟ ରହିଛନ୍ତି

ନୂଆଦିଲ୍ଲୀ : ଏକ ସୁଦୂର ପ୍ରସାରୀ ଚିନ୍ତାଧାରା ନେଇ ଭାରତ ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ କରୋନା ମୁକାବିଲା ଦିଗରେ ଲାଗିପଡିଛନ୍ତି । ଉଚ୍ଚସ୍ତରରେ ଏହା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଥିବା ବେଳେ ନିୟମିତ ଭାବେ ଏହାର ସମୀକ୍ଷା ମଧ୍ୟ କରାଯାଉଛି । ଆଜି୨୪.୦୫.୨୦୨୦ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ଦିଲ୍ଲୀସ୍ଥିତ ଚୌଧୁରୀ ବ୍ରହ୍ମା ପ୍ରକାଶ ଆୟୁର୍ବେଦ ଚରକ ସଂସ୍ଥାନ ପରିଦର୍ଶନ କରିଛନ୍ତି । ତାହା ଏକ ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ କାର୍ଯ୍ୟ କରୁଛି । ଡଃ ହର୍ଷ ବର୍ଦ୍ଧନ କୋଭିଡ ସଂକ୍ରମଣ ରୋକିବା ଦିଗରେ ହସ୍ପିଟାଲର ବ୍ୟବସ୍ଥା ସମ୍ପର୍କରେ ଅବଗତ ହେବା ସହ ରୋଗୀମାନଙ୍କୁ ଦିଆଯାଉଥିବା ଚିକିତ୍ସା ନେଇ ୱାର୍ଡଗୁଡିକ ବୁଲିଥିଲେ । ଆୟୁଷ ମନ୍ତ୍ରଣାଳୟର ନିୟମାବଳୀ ଅନୁସାରେ ଏଠାରେ ଚିକିତ୍ସା କରାଯାଉଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ଵାରା ଜନ ମଙ୍ଗଳ ମାର୍ଗଦର୍ଶିକା ଅନୁସାରେ ସେବା ଯତ୍ନ କରାଯାଉଛି । କୋଭିଡ ଚିକିତ୍ସା କେନ୍ଦ୍ର ସଂପୂର୍ଣ୍ଣ ସ୍ଵତନ୍ତ୍ର କିମ୍ବା ହସ୍ପିଟାଲର ଅଲଗା ବ୍ଲକରେ ପୃଥକ ପ୍ରବେଶ ଓ ପ୍ରସ୍ଥାନ ପଥ ସହ ହୋଇଥାଏ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ବିଦେଶରୁ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ ସଦ୍ୟତମ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି, ଏପର୍ଯ୍ୟନ୍ତ ୫୫,୪୪୦ ଜଣ ବ୍ୟକ୍ତି କାରୋନାରୁ ଆରୋଗ୍ୟ ଲାଭ କରିଥିବା ବେଳେ କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୨,୬୫୭ ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏହା ମୋଟ ଆରୋଗ୍ୟ ଲାଭର ଶତକଡା ୪୧.୨୮ ଭାଗ । ଗତକାଲି ଠାରୁ ଆଜି୨୩ ରୁ ୨୪.୦୫.୨୦୨୦ ମଧ୍ୟରେ ଦେଶରେ ୬,୭୬୭ ଜଣ କୋଭିଡ-୧୯ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ଏହି ସଂଖ୍ୟା ୧,୩୧,୮୬୮କୁ ବୃଦ୍ଧି ପାଇଛି । ୭୩,୫୬୦ ଜଣ ସକ୍ରିୟ ରୋଗୀ ଅଛନ୍ତି ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ