ଦେଶରେ ଶ୍ରେଷ୍ଠ ପାଟପୁର ଥାନା ଯୋଗ୍ୟ ବିବେଚିତ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ଦେଶର ଶ୍ରେଷ୍ଠ ତିନୋଟି ଥାନା ମଧ୍ୟରେ ଗଞ୍ଜାମ ପୋଲିସ ଜିଲ୍ଲାର ପାଟପୁର ଥାନାକୁ ମିଳିଛି ସ୍ବତନ୍ତ୍ର ଗୌରବ ଅଧିକାର କରିଥିବା ଜଣାପଡ଼ିଛି।୨୦୨୪ ବର୍ଷର ଶ୍ରେଷ୍ଠ ଥାନା ଭାବେ ବିବେଚିତ ହୋଇଛି ପାଟପୁର ଥାନା । ଚଳିତ ନଭେମ୍ବର ୨୯ ତାରିଖରୁ ୧ ଡିସେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା( ଡିଜିପି) ସମ୍ମିଳନୀରେ ଏହି ଥାନାକୁ ସମ୍ମାନିତ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।୧୯୧୧ ମସିହାରେ ତତ୍କାଳୀନ ଇଂରେଜ ଶାସନ ସମୟରେ ପାଟପୁର ଠାରେ ସ୍ଥାପିତ ଏହି ଥାନା ସମ୍ପ୍ରତି ରାଜ୍ୟ ସ୍ତରରେ ସୁନାମ ରଖିଥିବା ବେଳେ ରାଷ୍ଟ୍ରୀୟ ସମ୍ମାନ ପାଇଥିବାରୁ ଥାନା ଅଞ୍ଚଳ ରେ ବୁଦ୍ଧିଜୀବୀ ଜନସାଧାରଣରେ ଖୁସିର ମାହୋଲ୍ ସୃଷ୍ଟି କରିଛି । ପାଟପୁର ଥାନାକୁ ଏହି ସ୍ଥିତିରେ ପହଞ୍ଚାଇବାରେ ଥାନାର ପୂର୍ବ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ , ଏବଂ ଅବସର ଗ୍ରହଣ କରିଥିବା ଆଇଆଇସି ଅଜୟ ସ୍ବାଇଁଙ୍କ ସମେତ ସାନଖେମୁଣ୍ଡି ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ଏବଂ ପାଟପୁର ସରପଞ୍ଚ ପ୍ରତିନିଧି ମୁକୁନ୍ଦ ଚନ୍ଦ୍ର ବରାଡ ପ୍ରମୁଖ ଙ୍କ ଭୂମିକା ରହିଥିବା ଜଣାପଡିଛି ।
ଏହା ବ୍ୟତୀତ ଥାନାର ନିର୍ମାଣ , ସାଜସଜ୍ୱା ଏବଂ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶରେ ସ୍ଥାନୀୟ ପ୍ରଶାସନ ସହ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ଉଦ୍ୟମ ସଫଳ ହୋଇଥିବା ଜଣାପଡିଛି । ପାଟପୁର ଥାନା ଅଧିକାରୀଙ୍କ ଅବସର ପରେ ଏହି ପଦବୀ ଖାଲି ପଡ଼ିଥିବା ବେଳେ ଥାନାର ଭିତ୍ତିଭୂମି ବିକାଶରେ ମୂଳଦୁଆ ପକାଇ ଅଞ୍ଚଳ ରେ ଆଇନ ଶୃଙ୍ଖଳା ସ୍ଥିତିରେ ଉନ୍ନତି ଆଣିଥିବା , ଅବୈଧ ଗଞ୍ଜେଇ ଚାଲାଣ ଧରପଗଡ ତ୍ୱରାନ୍ୱିତ କରି ମାଫିଆଙ୍କ ନିଦ ହଜେଇଥିବା , ଗାଁ ଗଣ୍ଡାର ଚୋରି ଡକାୟତି ଆଦି ମାମଲାରେ ଦୋଷୀ କୁ ଧରି ଚୋରି ମାଲ ଜବତ କରିବା ଏବଂ ଅଞ୍ଚଳର ନିଃସହାୟ ବର୍ଗଙ୍କ ଲୋକଙ୍କ ପ୍ରତି ଉଚିତ ନ୍ୟାୟ ପ୍ରଦାନରେ ଆମ ପୋଲିସର ସେବା ପ୍ରଣାଳୀକୁ ଥାନାର ପ୍ରତି ବର୍ଗରେ ପହଞ୍ଚାଇ ପୋଲିସ ପ୍ରତି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପୋଲିସ ଅଧିକାରୀ ଇନ୍ସପେକ୍ତର ସବ୍ୟସାଚୀ ମଲ୍ଲଙ୍କୁ ଏହି ଶ୍ରେୟ ମିଳିବା ନେଇ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି। ସୂଚନା ପ୍ରକାରେ ଗଜପତି ପୋଲିସ ଜିଲ୍ଲା ଆର ଉଦୟଗିରି ଥାନାରେ କାର୍ଯ୍ୟରତ ଇନସପେକ୍ତର ଶ୍ରୀ ମଲ୍ଲ ଙ୍କୁ ଗଞ୍ଜାମ ପୋଲିସ ଜିଲ୍ଲାକୁ ବଦଳି ହୋଇଥିବାରୁ ପୁଣି ପାଟପୁର ଥାନା ସବ୍ୟସାଚୀ ମଲ୍ଲଙ୍କୁ ପୁଣି ଅବସ୍ଥାପିତ କରିବା ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି। ପାଟପୁର ଥାନାରେ ଖାଲି ରହିଥିବା ଏହି ପଦବୀରେ ପୁଣି ଶ୍ରୀ ମଲ୍ଲଙ୍କୁ ଅବସ୍ଥାପିତ କଲେ ଅଞ୍ଚଳ ରେ ଆଇନ ଶୃଙ୍ଖଳା ସ୍ଥିତି ପରିଚାଳନା ହୋଇପାରିବ ବୋଲି ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ