ଦେଶରେ ୨୪ ଘଣ୍ଟାରେ ୧,୦୩,୫୫୮ ନୂତନ ସଂକ୍ରମଣ, ୪୭୮ ମୃତ
ନୂଆଦିଲ୍ଲୀ:, (ୱାଇଏନ୍ଏସ୍): ଆଜି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରଥମ କରି ଦୈନିକ ସଂକ୍ରମଣ ସଂଖ୍ୟା ୧ ଲକ୍ଷ ଟପିଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୦୩,୫୫୮ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୪୭୮ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ହୋଇଥିବା ୪୭୮ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧,୬୫,୬୨୩ରେ ପହଞ୍ଚିଛି। ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୭,୪୧,୮୩୦। ନରେନ୍ଦ୍ର ମୋଦି ଏନେଇ ଚିନ୍ତା ପ୍ରକାଟ କରିଥିବା ବେଳେ ରବିବାର ଦିନ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ।ଏହି ବୈଠକରେ ମୋଦି ଦେଶରେ ଲକ୍ଡାଉନ୍ ଲାଗୁ କରିବା ଉପରେ ନିଶ୍ଚିତ ଧ୍ୟାନ ଦେବେ କାରଣ ୨୪ ଘଣ୍ଟାରେ ଓ ଖୁବ୍ କମ୍ ଦିନରେ ଏତେ ପରିମାଣର ସଂକ୍ରମଣକୁ ରୋକିବା ପାଇଁ ହେଲେ ଲକ୍ଡ଼ାଉନ୍ ହିଁ ଏକ ମାତ୍ର ସାହାରା ବୋଲି ଜଣାପଡିଛି । ଆଗାମୀ ଦିନରେ ଯଦି ଏହି ହାରରେ କରୋନା ସଂକ୍ରମଣ ହେବ ତେବେ ଦେଶରେ ପୁଣି ଥରେ ଲକ୍ଡାଉନ୍ ହେବାର ସମ୍ଭାବନା ରହିଛି ବୋଲି ବହୁ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି ।


