ଦେଶର ୨ଲକ୍ଷ ଗ୍ରାମରେ ୪ ଲକ୍ଷ ହେଲ୍ଥ ଭଲ୍ୟୁଂଟରଙ୍କୁ ପ୍ରଶିକ୍ଷଣ ଦିଆଯିବ
ଭୁବନେଶ୍ୱର, (ୱାଇଏନ୍ଏସ୍): ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଭାରତୀୟ ଜନତା ପାର୍ଟୀର ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା କୋଭିଡ୍ ୩ୟ ଲହରର ମୁକାବିଲା ପାଇଁ ବିଜେପି କାର୍ଯ୍ୟକର୍ତାଙ୍କୁ ନିର୍ଦ୍ଦେଶ ଦେବା ସହ ରାଷ୍ଟ୍ରୀୟ ସ୍ତରଠାରୁ ଗ୍ରାମସ୍ତର ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତିର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ଗତ ଜୁଲାଇ ମାସ ୨୮ରେ ଶ୍ରୀ ନଡ୍ଡା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବକ ଅଭିଯାନର ଶୁଭାରମ୍ଭ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ୩୩ ଟି ରାଜ୍ୟର ୧୨୧ ଜଣ ପ୍ରତିନିଧି ଯୋଗ ଦେଇଥିଲେ । ପ୍ରତ୍ୟେକ ଗ୍ରାମରେ ୨ ଜଣ ତଥା ଦେଶର ପ୍ରାୟ ୨ଲକ୍ଷ ଗ୍ରାମରେ ୪ ଲକ୍ଷ ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବକ (ହେଲ୍ଥ ଭଲେଂଟିଅର)ଙ୍କୁ ପ୍ରଶିକ୍ଷଣ ଦିଆଯାଇ ସାମ୍ଭାବ୍ୟ କୋଭିଡ୍ ୩ ଲହରର ସଂକ୍ରମଣକୁ ମୁକାବିଲା ପାଇଁ ପ୍ରସ୍ତୁତ ରହିବେ । ଏହି ସଂକଟ ସମୟରେ ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବକମାନେ ଦେଶର ସମସ୍ତ ଗ୍ରାମାଂଚଳ ଓ ସହରାଂଚଳରେ ସମାଜସେବା କରିବା ସହିତ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ସହାୟକ ହେବେ । ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବକମାନେ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନକୁ ସହଯୋଗ ଓ ସହାୟତା କରି କୋଭିଡ୍ ସଂକ୍ରମଣର ଭୟାଭୟତା ସଂପର୍କରେ ସଚେତନ ସୃଷ୍ଟି କରିବା ସହ କୋଭିଡ୍ ଗାଇଡଲାଇନକୁ ସଂପୂର୍ଣ୍ଣ ରୂପେ ପାଳନ କରିବା ପାଇଁ ସଚେତନତା ସୃଷ୍ଟି କରିବେ ବୋଲି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସେଚ୍ଛାସେବୀ ଅଭିଯାନର ରାଷ୍ଟ୍ରୀୟ ସଂଯୋଜକ ତଥା ହିମାଚଳ ପ୍ରଦେଶର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ରାଜୀବ ବିନ୍ଦଲ କହିଛନ୍ତି । କୋଭିଡ୍ ସଂକ୍ରମଣର ସାମ୍ଭାବ୍ୟ ୩ୟ ଲହରକୁ ସଫଳ ସହ ମୁକାବିଲା ପାଇଁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବକ ଅଭିଯାନ ଆଧାରରେ ଓଡିଶା ପ୍ରଦେଶରେ ମଧ୍ୟ ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବକ (ହେଲ୍ଥ ଭଲେଂଟିଅର)ଙ୍କୁ ପ୍ରଶିକ୍ଷଣ ଦିଆଯାଇ ପ୍ରସ୍ତୁତ ରଖାଯିବ । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସ୍ୱୟଂସେବକ ଅଭିଯାନର ରାଜ୍ୟ ସଂଯୋଜକ ତଥା ବିଧାୟକ ତଥା ରାଜ୍ୟ ଉପସଭାପତି ଶ୍ରୀ ନାଉରୀ ନାଏକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେଉଛି । ଚଳିତ ମାସ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ୫୧,୦୦୦ରୁ ଉର୍ଦ୍ଧ୍ୱ ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବକଙ୍କୁ ପ୍ରଶିକ୍ଷଣ ଦିଆଯାଇ ପ୍ରସ୍ତୁତ ରଖାଯିବ ବୋଲି ଡ.ରାଜୀବ ବିନ୍ଦଲ ସୁଚନା ଦେଇ କହିଛନ୍ତି । ଏହି ଅବସରରେ ବିଧାୟକ ନାଉରୀ ନାଏକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।


