ଆଦିବାସୀଙ୍କ ପୁରାତନ ସଂସ୍କୃତିର ସୁରକ୍ଷା ଆମର ପ୍ରାଥମିକତା : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, (ୱାଇଏନ୍ଏସ୍): ଆଦିବାସୀଙ୍କ ପୁରାତନ ସଂସ୍କୃତିର ସୁରକ୍ଷାକୁ ସବୁବେଳେ ଆମେ ପ୍ରାଥମିକତା ଦେଇ ଆସୁଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଶ୍ୱ ଜନଜାତି ଦିବସ ଅବସରରେ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଛନ୍ତି ଓଡ଼ିଶାରେ୬୨ ପ୍ରକାର ଭିନ୍ନ ଜନଜାତି ଲୋକ ବସବାସ କରୁଛନ୍ତି । ବିଶ୍ୱ ଜନଜାତି ଦିବସରେ, ଆମେ ଆଦିବାସୀଙ୍କ ଅନନ୍ୟ ସଂସ୍କୃତି, ଭାଷା, ପରମ୍ପରା ଆମ ସାଂସ୍କୃତିକ ବିବିଧତାକୁ ନେଇ ଉତ୍ସବ ମନାଉଛୁ ।


