ଦେଶୀମଦ ଭାଟିରେ ଚଢ଼ଉ, ବିପୁଳ ପରିମାଣର ମଦ ଜବତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ନିର୍ଦେଶକ୍ରମେ ଅବକାରୀ ଅଧିକ୍ଷକ ସୁବ୍ରତ କୁମାର ସେଠୀଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଚୋରାରେ ଦୀର୍ଘଦିନ ଧରି ଚାଲୁ ରହିଥିବା ଏକ ଦେଶୀ ମଦ ରନ୍ଧା ଭାଟିରେ ଅବକାରୀ ବିଭାଗ ଚଢ଼ାଉ କରି ବିପୁଳ ପରିମାଣରେ ମଦ ଜବତ କରିବା ସହ ଏଥିରେ ସଂମ୍ପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ଅବକାରୀ ସ୍କ୍ୱାର୍ଡ ଗିରଫ କରିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ନେରେଡିଗୁଡା ଗ୍ରାମରେ ଅତ୍ୟନ୍ତ ଗୋପନୀୟ ଭାବେ ଚାଲୁ ରହିଥିବା ଏକ ଦେଶୀ ମଦ ରନ୍ଧା ଭାଟି ଉପରେ ଅବକାରୀ ଦଳ ଚଢ଼ାଉ କରିଥିଲେ. ଏଥିରେ ମଦ ରନ୍ଧା ପାଇଁ ଗଛିତ ଥିବା ବିପୁଳ ପରିମାଣର ଗୁଡ଼ ମିଶ୍ରିତ ମହୁଲ ପୋଚ ସହ ୧୫ ଶହ ଲିଟର ଦେଶୀ ମହୁଲି ପୋଚ ଏବଂ ୨ ଶହ ଲିଟର ଦେଶୀ ରନ୍ଧା ମଦକୁ ଅବକାରୀ ବିଭାଗ ଜବତ କରିଛି. ଅବକାରୀ ନିରୀକ୍ଷକ ନବସ୍ମିତା ନାୟକଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିବାବେଳେ ସଦର ଅବକାରୀ ନିରୀକ୍ଷକ ଲିଙ୍ଗରାଜ ଦାମୀ ଏବଂ ମୋବାଇଲ ୟୁନିଟର ଉପ ନିରୀକ୍ଷକ ପି. ଛିତ୍ରିୟା, ପ୍ରକାଶ କୁମାର ଷଡ଼ଙ୍ଗୀ ଏବଂ ଅନ୍ୟାନ ଅବକାରୀ କର୍ମଚାରୀମାନେ ଯୋଗ ଦେଇଥିଲେ. ସେହିପରି ପାରଳା ଅବକାରୀ ବିଭାଗ ପକ୍ଷରୁ ଚଢାଉ ବେଳେ ୧୦୦ଲି. ଦେଶୀ ମଦ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସିଙ୍ଗିପୁର ଗ୍ରାମରୁ ଏହି ମଦ ପାରଳା ଜାଗିଲି ସାହି ଚୋରା ଚାଲାଣ ହେଉଥିବାବେଳେ ଅବକାରୀ ବିଭାଗ କୌଣସି 5ସୂତ୍ରରୁ ଖବର ପାଇ ଏହି ମଦ ଜବତ କରିବା ସହ ଅଭିଯୁକ୍ତ ସିଙ୍ଗିପୂର୍ ଗ୍ରାମର ଆଶୀର୍ବାଦ ଲିମାନୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏଥିରେ ବ୍ୟବହୃତ ବାଇକ ମଧ୍ୟ ଜବତ କରାଯାଇଛି।


