ଗଜପତିରେ ଅଙ୍ଗନବାଡି କର୍ମୀଙ୍କୁ ଆକ୍ରମଣ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଗ୍ରାମ ଠାରେ ଥିବା ଗଜପତିନଗର ଅଙ୍ଗନବାଡି କେନ୍ଦ୍ରରର କର୍ମୀ ସୁନୀତା ସାମଲ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଆକ୍ରମଣ ଘଟଣାରେ ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଥିବାର ଜଣାପଡିଛି । ଗତ ୨୮ ତାରିଖରେ ଏହି ଘଟଣା ଗୁରାଣ୍ଡି ଗ୍ରାମ ଠାରେ ଘଟିଥିବା ବେଳେ ବର୍ତ୍ତମାନ ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଥିବାର ଗୁରାଣ୍ଡି ଥାନା ସୂତ୍ରରୁ ପ୍ରକାଶ । ଘଟଣାରୁ ପ୍ରକାଶ ଯେ, ଗୁରାଣ୍ଡି ଗଜପତି ନଗର ଅଙ୍ଗନବାଡି କର୍ମୀଙ୍କ ନାମରେ ବହୁ ଅଭିଯୋଗ ରହିଥିଲା । ଏପରିକି ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀରେ ମଧ୍ୟ ଅଭିଯୋଗ ରହିଥିଲା ଏହି ଭଲି ଅନେକ କାଣ୍ଡ କରିଛନ୍ତି ସେହି ଅଙ୍ଗନବାଡ଼ି କେନ୍ଦ୍ର କୁ କେବେ ମଧ୍ୟ ଜାଉନାହାନ୍ତି କାହାକୁ କିଛି ମଧ୍ୟ ଦେଉନାହାନ୍ତି । କାହିଁକି ଦେଉନାହାନ୍ତି କିଛି ବୋଲି ପଚାରିଲି ଘରେ ପଶି ମାର ପିଟ କରୁଛନ୍ତି। ଘଟଣା ଦିନ ପ୍ରଶାସନ ପକ୍ଷରୁ ଅଙ୍ଗନବାଡି କେନ୍ଦ୍ରରେ ଦୁଇ ଜଣ ସୁପରଭାଇଜର ତଦନ୍ତ କରୁଥିବା ସମୟରେ ଗଣ୍ଡୋଗଳ ମାରପିଟ ଭଳି ଘଟଣା ଘଟିଥିଲା । ଫଳରେ ଅଙ୍ଗନବାଡି କର୍ମୀ ଓ ତାଙ୍କ ସମ୍ପର୍କୀୟମାନେ ମିଲିତ ଭାବେ ପ୍ରଥମେ ନାୟକ ସରପଞ୍ଚ ଙ୍କ ଉପରେ ଆକ୍ରମଣ କରିଥିଲା । ଅଙ୍ଗନବାଡ଼ି କମ୍ରି ନିଜ ନିଜକୁ ଆହାତ କରି ମିଛ ନାଟକ କରି ଅଭିନୟ କରି ଅଭିଯୋଗ କରିଛନ୍ତି ସେହିଭଳି ଆଗରୁ ଅଙ୍ଗନବାଡ଼ି କମ୍ରି ଓ ତାଙ୍କର ସଂପର୍କୀୟମାନେ ମିଳେ ଭାବେ ଅନ୍ୟାନ୍ୟ ଲୋକେ ମାନଙ୍କ ଘରେ ପଶି ମାରପିଟ୍ ମଧ୍ୟ କରିଛନ୍ତି ଆଗରୁ ମଧ୍ୟ ତାଙ୍କ ଉପରେ ଥାନା ରେ ଅଭିଯୋଗ ଅଛି । ଏହାପରେ ଅଙ୍ଗବାଡି କର୍ମୀ ପାଲଟା ଅଭିଯୋଗ କରି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଗୁରାଣ୍ଡି ଥାନାରେ ୫୦/୨୩ରେ ମାମଲା ରୁଜୁ ହୋଇଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ଚଞ୍ଚଳା ପାତ୍ର (୫୭) ମଧ୍ୟ ପାଲଟା ଅଭିଯୋଗ କରିଛନ୍ତି । ଏନେଇ ୫୧/୨୩ରେ ମାମଲା ରୁଜୁ ହୋଇଥିବାର ଜଣାପଡିଛି । ଚଳଞ୍ଚଳା ପାତ୍ର ଅଭିଯୋଗ କରିଛନ୍ତି ଯେ, ୨୮ ତାରିଖ ଅପରାହ୍ନ ୩.୩୦ ସମୟରେ ନିଜ ନାତି ନାତୁଣୀ ମାନଙ୍କୁ ନେଇ ଏକାକି ଥିବା ସମୟରେ ଅଙ୍ଗନବାଡି କର୍ମୀ ଜଣକ ଅଯଥାରେ ଅସଭ୍ୟ ଭଷାରେ ଗାଳିଗୁଲଜ କରିଥିଲେ । ଏହା ସହ ମାରଣାସ୍ତ୍ର ଦେଖାଇ ଭୟଭିତ କରି ପ୍ରାଣରେ ମାରିବା ଉଦ୍ଦେଶ୍ୟରେ ଘରଭିତରେ ପ୍ରବେଶ କରି ଜୋରଜବରଦସ୍ତ ପଶି ଆସିଥିଲେ । ସେମାଙ୍କ କବଳରୁ ରକ୍ଷା ପାଇବାପାଇଁ ବାହାରକୁ ଦୈଡି ଆସି ଡାକ ପକାଇବାରୁ ଆମ ସାହିର ଉମା ମାଝୀ, ନମୀତା ପାତ୍ର ପ୍ରମୁଖ ଆସି ରକ୍ଷା କରି ଥିବାର ଉଲ୍ଲେଖ କରିଛନ୍ତି । ଇତି ମଧ୍ୟରେ ଅଙ୍ଗନବାଡି କର୍ମୀ ଜଣକ ମାରଧର କରିଥିବାର ପ୍ରକାଶ କରିଛନ୍ତି । ଏହା ସହ ତୁମ ସହିତ ତୁମମାନଙ୍କର ସ୍ୱାମୀ ଓ ପିଲାମାନଙ୍କ ନାମରେ ମିଥ୍ୟା କେସ କରି ଫସାଇଦେବୁ ବୋଲି ଧମକ ଦେଇ ଅଭିଯୋଗ କରିଛନ୍ତି । ଏନେଇ ଗୁରାଣ୍ଡି ଥାନା ପକ୍ଷରୁ ଉଭୟ ପକ୍ଷରୁ ରୁଜୁ ହୋଇଥିବା ମାମଲା ଗୁଡିକର ତଦନ୍ତ ଚାଲୁରହିଥିବାର ସୂଚନା ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ