ଦେଶୀ ମଦ ସହ ୩ ଗିରଫ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଦ୍ରକ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଆଜି ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବ୍ୟାପକ ଦେଶୀ ମଦ ଜବତ ସହ ତିନି ଜଣଙ୍କୁ ଗିରଫ କରାଯାଇଛି । ଅବକାରୀ ନିରୀକ୍ଷକ ଶ୍ରୀ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଧାମନଗର ଅବକାରୀ ବିଭାଗ ପକ୍ଷରୁ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ, ଏ.ଏସ.ଆଇ ପୁରୁଷୋତ୍ତମ ମଲ୍ଲିକ, ନନ୍ଦୁ ନାୟକ, କନେଷ୍ଟବଳ ଅନବାଦିତ୍ୟ ବାରିକ, ରମେଶ ନାୟକ, ଅଜିତ କୁମାର ସିଙ୍କୁ, ପ୍ରଦୀପ ମଲ୍ଲିକ ଓ ସଂଧ୍ୟାରାଣୀ ସେନାପତି ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ । ଚଢ଼ାଉ ବେଳେ ନଗୁଆଁ, ଲୁଣପଦୀ, ନେରଡା ଗ୍ରାମର ଗଗନ ଜେନା, ନିରାକାର ସ୍ୱାଇଁ ଓ ହରେକୃଷ୍ଣ ମଳିକଙ୍କୁ ଗିରଫ କରାଯାଇଛି । ଏହା ସହ ୧୦୦ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ