ଦେଶ କରମ ପରବ-୨୦୨୧ ପାଇଁ ପ୍ରସ୍ତୁତି ବୈଠକ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ନିକଟସ୍ଥ ଦୁବୁଲାବେଡା କରମ ଅଖାଡା ଠାରେ କୁଡୁମି ସମାଜର ବର୍ଷିୟାନ ସମାଜସେବୀ ହରମୋହନ ମହାନ୍ତଙ୍କ ସଭାପତିତ୍ୱରେ ଦେଶ କରମ ପରବ-୨୦୨୧ ର ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଝୁମର କବି ତଥା ଦେଶ କରମ ବମାନଘାଟି ସଭାପତି ନିରଞ୍ଜନ ମହାନ୍ତ, କାର୍ଯ୍ୟକାରୀ ସଭାପତି ତଥା ବର୍ଷିୟାନ ଶିକ୍ଷାବିତ ଅବସରପ୍ରାପ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକ ଜନ୍ମେଜୟ ମହାନ୍ତଙ୍କ ତତ୍ୱବାଧାନରେ ସମାଜର ବିଶିଷ୍ଟ ଲୋକମାନଙ୍କୁ ନେଇ ଉକ୍ତ ବୈଠକରେ ଦେଶ କରମ ପାଳନ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା l ବୈଠକରେ ଆସନ୍ତା ସେପ୍ଟେମ୍ବର ୧୧ ରେ ଜାୱl ଉଠା ଏବଂ ସେପ୍ଟେମ୍ବର ୧୭ ଏକାଦଶୀ ଦିନ ଦେଶ କରମ ପରବ ବାମନଘାଟି ପାଳନ କରାଯିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଥିଲେ l ବୈଠକରେ ସେପ୍ଟେମ୍ବର ୬ ତାରିଖ ଦିନ ବିଗତ ବର୍ଷ ପରି କଳା ଦିବସ ରୂପେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି l ଏହା ଵ୍ୟତୀତ କୁଡୁମୀ ସମାଜର ସଭା ଗୃହ ଯାହାକି ରାଇରଙ୍ଗପୁର ୱାର୍ଡ ନମ୍ବର ୩ ରେ ଅବସ୍ଥିତ ଥିଲା ତାକୁ ମୁନିସିପାଲିଟି କୋଣସି ନୋଟିସ ନଦେଇ ଭାଙ୍ଗି ଧୂଳିସାତ କରିଦେଇଥିବାର ଘଟଣାକୁ ତୀବ୍ର ନିନ୍ଦା କରିଥିଲେ l ସଭାରେ ସମାଜସେବୀ ଉପେନ୍ଦ୍ର ମହାନ୍ତ, ଜଗନ୍ନାଥ ମହାନ୍ତ, ଆଶିଷ ମହାନ୍ତ, ରାଜୁ ମହାନ୍ତ, ଦେଶ କୁଡୁମି ଜାହିରା ସଭାପତି ମନମୋହନ ମହାନ୍ତ, ଦେବୁ ମହାନ୍ତ, ବାସୁଦେବ ମହାନ୍ତ, ସମାଜସେବୀ ପରମେଶ୍ୱର ମହାନ୍ତ, ଆକାଶ ମହାନ୍ତ, ଟିକାୟତ ମହାନ୍ତ, ଦେଶ କରମ ସମ୍ପାଦକ ବନମାଳୀ ମହାନ୍ତ, ଉପଦେଷ୍ଟା ଦୁର୍ଯ୍ୟଧନ ମହାନ୍ତ, ଶିକ୍ଷାବିତ ଅଜିତ ମହାନ୍ତ, ପ୍ରକାଶ ମହାନ୍ତ, ଦେଶ କରମ ମହିଳା ମୋର୍ଚ୍ଚା ସଭାପତି ଅନିମା ମହାନ୍ତ, ଫୁଲମଣି ମହାନ୍ତ, ଜନତା ମହାନ୍ତ, ମଞ୍ଜୁଳା ମହାନ୍ତ, କାଜରି ମହାନ୍ତ, ନିରାଶି ମହାନ୍ତ, ଗୁରୁବାରୀ ମହାନ୍ତ, ସୁଲଚନା ମହାନ୍ତ, ରୀନା ମହାନ୍ତ, ମିନତୀ ମହାନ୍ତ, ବାବୁଲି ମହାନ୍ତ, ସହ-ସଂଯୋଜକ ସଞ୍ଜୟ ମହାନ୍ତ, ରାମଚନ୍ଦ୍ର ମହାନ୍ତ, ବିନୋଦ ମହାନ୍ତ, ମନୋଜ ମହାନ୍ତ, ବିଶିଷ୍ଟ ଆଇନଜୀବୀ ଭାଗବତ ମହାନ୍ତ, ଉପସଭାପତି ଜଗବନ୍ଧୁ ମହାନ୍ତ, କର୍ଣ ମହାନ୍ତ, ଓ ସୁଷେନ ମହାନ୍ତ ପ୍ରଭୃତି ଉପସ୍ଥିତ ଥିଲେ l ଆବାହକ ନିର୍ମଳ ମହାନ୍ତ ସଭାରେ ନିଷ୍ପତି ନିଆଯାଇଥିବା ସଂକଳ୍ପ ଗୁଡିକ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ l ଶେଷରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l


