ରାଉରକେଲାରେ ଝାମୁମୋ ରାଜ୍ୟ ଅଧ୍ୟକ୍ଷାଙ୍କ ପୋଲିସ ନଜର ଵନ୍ଦି ନେଇ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଝାଡଖଣ୍ଡ ମୁକ୍ତି ମୋର୍ଚା ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯାଇଛି ।ସୂଚନାଯୋଗ୍ୟ ଯେ ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର କୁଟ୍ରା ବ୍ଲକଠାରେ ଜିନ୍ଦଲ ଏବଂ ଓସିଏଲ ସିମେଣ୍ଟ କମ୍ପାନୀ ଦ୍ବାରା ଆଦିବାସୀ ମାନଙ୍କ ଜମି ଅଧିଗ୍ରହଣ ବିରୋଧରେ ଜନଶୁଣାଣିରେ ସେମାନଙ୍କୁ ସମର୍ଥନ ଜଣାଇବା ପାଇଁ ରାଉରକେଲା ଗସ୍ତରେ ଯାଇଥିବା ଓଡିଶା ପ୍ରଦେଶ ଝାମୁମୋ ରାଜ୍ୟ ଅଧ୍ୟକ୍ଷା ଅଂଜନି ସୋରେନ,ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି ଙ୍କ ସମେତ ଦଳୀୟ କର୍ମିଙ୍କୁ ରାଉରକେଲାର ଏକ ହୋଟେଲରେ ପୋଲିସ ନଜର ବନ୍ଦି କରି ରଖିଥିଲା ।ଏହାକୁ ନେଇ ପଶ୍ଚିମ ମୟୂରଭଂଜ ଜିଲ୍ଲା ଝାମୁମୋ ପକ୍ଷରୁ ସ୍ଥାନୀୟ କାର୍ୟ୍ୟାଳୟ ସମ୍ମୁଖରେଏହି ଘଟଣାକୁ ନିନ୍ଦା ଓ ବିରୋଧ କରରାଯିବା ସହ ଓଡିଶା ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ତୁରନ୍ତ ତାଙ଼କର ନେତୃବୃନ୍ଦ ମାନଙ୍କୁ ମୁକ୍ତ କରାଯାଉ ବୋଲି ଦାବି କରିଥିଲେ । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ମୟୂରଭଂଜ ଜିଲ୍ଲା ଉପସଭାପତି ମଙ୍ଗଲ ସିଂ ଟୁଡୁଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା ।ତାଙ୍କ ସହିତ ସୁନାରାମ ଟୁଡୁ,ରଣଜିତ ସିଂ ପ୍ୟାରୀ ସାହୁ,ମନୋଜ ବାରିକ,କାଳିଚରଣ ଟୁଡୁ,ସ୍ବରୂପ ମହାନ୍ତ,ଭାଗବତ ମାଝୀ,ସୁରେଶ ମୁର୍ମୁ ପ୍ରମୁଖ ସାମିଲ ହୋଇଥିଲେ ।


