ଦେଢ଼ ବର୍ଷ ମଧ୍ୟରେ ଘଟକେଶ୍ୱର ବହୁମୁଖୀ ଜଳଯେ।ଜନା ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ-ଜଳସେଚନ ବିଭାଗ

ବ୍ରହ୍ମପୁର : ବହୁ ପ୍ରତୀକ୍ଷିତ ଘଟକେଶ୍ୱର ବହୁମୁଖୀ ଜଳସେଚନ ପ୍ରକଳ୍ପ ପ୍ରାୟ ୧୦୦ କେ।ଟିରୁ ଊଦ୍ଧ୍ୱର୍ ବ୍ୟୟରେ ଦେଢ଼ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେ।ଇ ଚାଷୀମାନେ ଉପକୃତ ହେବେ ବେ।ଲି ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ. ଲଡ଼ୁ କିଶେ।ର ସାବତ ଓ ଦାୟିତ୍ୱରେ ଥିବା ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ କୁମାର ଦାସ ଏକ ଚାଷୀ ପ୍ରତିନିଧିଙ୍କୁ କହିଛନ୍ତି । ମିଳିତ ଚାଷୀ ସଂଗଠନ ପକ୍ଷରୁ ଦୀର୍ଘଦିନରୁ ପଡ଼ି ରହିଥିବା ଘଟକେଶ୍ୱର ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବା ଦାବିରେ ବିଭାଗୀୟ ଅଧିକାରୀଙ୍କୁ ସାକ୍ଷାତ କରିବା ପରେ ଜଳସେଚନ ବିଭାଗ ପକ୍ଷରୁ ଉପରେ।କ୍ତ ସୂଚନା ଦିଅ।ଯାଇଛି ।  ସୂଚନାଯେ।ଗ୍ୟ ଯେ, ଗତ ୧୯୮୬ ମସିହାରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ତାହା କାଯର‌୍ୟକାରୀ ହେ।ଇନାହିଁ । ୧୯୮୬ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ସେତେବେଳେ ଏହି ପ୍ରକଳ୍ପ ପାଇଁ ୨୯ କେ।ଟି ଟଙ୍କା ବ୍ୟୟବରାଦ ହେ ।ଇଥିଲା ଏବଂ ୩୦ ବର୍ଷ ପରେ ୨୦୧୬ ମସିହା ଜୁନ ୧୧ ତାରିଖରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁନଃ ଶିଳାନ୍ୟାସ କରିଥିଲେ । ୩୩ ବର୍ଷ ପରେ ଏହାର ବର୍ତ୍ତମାନ ଅଟକଳ ୪ ଗୁଣ ବଢ଼ି ୧୧୮ କେ।ଟି ୯୫ ଲକ୍ଷ ଟଙ୍କାରେ ପହଞ୍ଚିଛି । ଏହି ଯେ।ଜନା କାର୍ଯ୍ୟକାରୀ ହେଲେ ବ୍ରହ୍ମପୁର ମହାନଗରକୁ ପାନୀୟ ଜଳ ଯେ।ଗାଣ ସହିତ କୁକୁଡ଼ାଖଣ୍ଡି ବ୍ଳକର ୮ଟି ପଞ୍ଚାୟତର ୫୦୦ ହେକ୍ଟର ଚାଷଜମିକୁ ଜଳସେଚନ ହେ।ଇପାରିବ ବେ।ଲି ପରିକଳ୍ପନା କରାଯାଇଥିଲା । କୁକୁଡ଼ାଖଣ୍ଡି ବ୍ଲକର ସିହଳା, କଙ୍କିଅ ।, ବାଘଲଟିର ୮ଟି ପଞ୍ଚାୟତ ସହ ୭୫ ହଜାର ଲେ।କଙ୍କୁ ପାନୀୟ ଜଳ ଯେ।ଗାଣ ହେ।ଇପାରିବ ବେ।ଲି ଲକ୍ଷ୍ୟ ରଖାଯାଇଥିଲା । ଏହି ଯେ।ଜନାର ନିର୍ମାଣ କାର୍ଯ୍ୟ ଓଡ଼ିଶା ନିର୍ମାଣ ନିଗମ (ଓସିସି)କୁ ଟେଣ୍ଡର ଦିଅ।ଯାଇଛି । ସମସ୍ତ କାର୍ଯ୍ୟ ଖୁବଶୀଘ୍ର ସମ୍ପୂର୍ଣ୍ଣ ହେବ ବେ।ଲି ଉଭୟ ଇଞ୍ଜିନିୟର ଶ୍ରୀ ସାବତ ଓ ଶ୍ରୀ ଦାସ ଏହି ପ୍ରତିନିଧି ଦଳଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ପ୍ରତିନିଧି ଦଳରେ ଓଡ଼ିଶା ଚାଷୀ ସୁରକ୍ଷା ଅଭିଯାନର ଅ।ବାହକ ରବି ରଥ, ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ, ଲଙ୍ଗଳେଶ୍ୱର କୃଷକ ସଭାର ସଭାପତି ବୃନ୍ଦାବନ ବେହେରା ପ୍ରମୁଖ ଚାଷୀ ନେତାମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ