ଦୈନିକ ୧ ଘଣ୍ଟା କାର୍ଯ୍ୟ କରିବ ନିମ୍ନ ଅଦାଲତ
କଟକ: କୋରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ୨ୟ ପର୍ଯ୍ୟାୟ ଲକ୍ଡାଉନ୍ ଘୋଷଣା କରାଯାଇଛି। ସାରା ଦେଶରେ ମେ’ ୩ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ଲାଗି ରହିବ। ତେବେ ଏହି ଲକ୍ଡାଉନ୍ ସମୟ ପର୍ଯ୍ୟନ୍ତ ନିମ୍ନ ଅଦାଲତ ଗୁଡ଼ିକ ପ୍ରତିଦିନ ୧ ଘଣ୍ଟା କାର୍ଯ୍ୟ କରିବ। ଏନେଇ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ୨୦ ତାରିଖରୁ ଏକ ଘଣ୍ଟା ପାଇଁ କୋର୍ଟ ଖୋଲିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ସକାଳୁଆ ଖୋଲୁଥିବା କୋର୍ଟ ୯ଟାରୁ ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ସେହିଭଳି ଭାବେ ଯେଉଁ ସ୍ଥାନରେ ସକାଳୁଆ ଅଦାଲତ ନାହିଁ ସେଠାରେ କୋର୍ଟ ୧୧ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି ବୋଲି ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ରିମାଣ୍ଡ, ପ୍ରଡକ୍ସନ୍ ଓ ଜାମିନ ଭଳି ଜରୁରୀ ମାମଲା ଶୁଣାଣି ପାଇଁ ଏପରି ବ୍ୟବସ୍ଥା କରାଯାଇଛି। ଏପ୍ରିଲ୍ ୨୦ରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଏଭଳି ବ୍ୟବସ୍ଥା ବଳବତ୍ତର ରହିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।