ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟକରି ଯୁବକ ଗିରଫ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ସୋସିଆଲ ମିଡିଆରେ ଏକ ନିଦ୍ଦିଷ୍ଠ ଧର୍ମ ବିରୋଧରେ ଆପତ୍ତି ଜନକ ପୋଷ୍ଠ କରିଥିବାରୁ ଗୁରୁବାର ଟାଉନ ଥାନା ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୋଗ ଅନୁଯାଇ ଏକ ସୋସିଆଲ ମିଡିଆରେ ନିଦ୍ଦିଷ୍ଠ ଏକ ଧର୍ମ ବିରୋଧରେ ଆପତ୍ତି ଜନକ ପୋଷ୍ଠ କରିଥିବାରୁ ସଦର ଥାନା ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଆଳିଜଙ୍ଗା ଗ୍ରାମର ଲିଙ୍କନ ଓରଫ ଭକ୍ତିରଞ୍ଜନ ସାହୁଙ୍କୁ ଟାଉନ ଥାନା ପୋଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଥିଲା ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ବାରିମୂଳସ୍ଥିତ ଉପକାରାଗାରକୁ ପଠାଇ ଦିଆଯାଇଛି । ତା ୧୪.୦୪ ୨୦୨୦ରିଖ ଥାନା କେଶ ନମ୍ବର ୫୭/୨୦୨୦ରେ ଆଇପିସିର ଦଫା ୧୮୮,୧୫୩-କ,୨୯୫-କ,୫୦୪ ଓ ଆର ଡବ୍ଲୁ ର ଧାରା ୬୬ଏଫ ଆଇଟି ଆକ୍ଟରେ ମାମଲା ରୁଜୁକରାଇଥିବା ଟାଉନ ଥାନା ଇନିସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ ସୂଚନା ଦେଇଛନ୍ତି ।


