ଦୋକାନରେ ଚାହା ପିଇଲେ, ରାସ୍ତାରେ ରୋଷେଇ କରି ଖାଇଲେ ପ୍ରବାସୀ : ଅଂଚଳବାସୀ ଆତଙ୍କିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ ): ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିବାରେ ଲାଗିଛି । ଏହାର ମୁକାବିଲା କରିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ସଂକ୍ରମଣକୁ ରୋକିବା ପାଇଁ ସରକାର ଆସ୍ତା ମେ ୧୭ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରିଛନ୍ତି । ଲକଡ଼ାଉନ ଘୋଷଣା ପରେ ଦେଶର ବିଭିନ୍ନ ସଂକ୍ରମିତ ରାଜ୍ୟରୁ ପ୍ରବାସୀ ମାନେ ନିଜ ନିଜ ଭିଟାମାଟିକୁ ଫେରୁଥିବାର ଲକ୍ଷ୍ୟ କରାଯାଉଛି । ଯେନ ତେନ ପ୍ରକାରେ ଭିଟାମାଟିରେ ପଂହଚିବା ଲାଗି ପ୍ରବାସୀ ମାନେ ଉଦ୍ୟମ କରୁଥିବାର ଲକ୍ଷ୍ୟ କରାଯାଉଛି । ଭିଟାମଯଇକୁ ଫେରିବା ଲାଗି କିଏ ଚାଲି ଚାଲି ଆସୁଛି ତ କିଏ ସାଇକେଲ ଯୋଗେ ଫେରୁଥିବାର ଦେଖିବାକୁ ମିଳିଛି । ଲକଡ଼ାଉନ କଟକଣା କୋହଳ ପରେ ପ୍ରଶାସନ ମଧ୍ୟ ଢିଲା ପଡ଼ିଥିବାର ଦେଖିବାକୁ ମିଳିଛି । ଫେରିବା ବାଟରେ ପ୍ରବାସୀ ମାନେ ବିଭିନ୍ନ ସହରରେ ରହି ଚାହା ଓ ଜଳଖିଆ ଦୋକାନରେ ଖାଉଥିବାର ନଜର ରହିଛି । ମଙ୍ଗଳବାର ଅପରାହ୍ନରେ ୫ଟି ଦଳରେ ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ପ୍ରବାସୀ ହିଞ୍ଜିଳିକାଟୁ ଅଭିମୁଖେ ଆସୁଥିବାର ଦେଖିବାକୁ ମିଳିଥିଲା । ସେମାନଙ୍କ ମଧ୍ୟରୁ କିଛି ପ୍ରବାସୀ ସାଇକେଲ ଯୋଗେ ଫେରୁଥିବା ବେଳେ ୪୦ରୁ ଉର୍ଦ୍ଧ୍ୱ ଚାଲି ଚାଲି ଫେରୁଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ ଥାନା ସୋମପୁର ଛକ ନିକଟରେ କିଛି ପ୍ରବାସୀ ୫୯ ନଂ ଜାତୀୟ ରାଜପଥ ପ୍ୱାଶ୍ୱର୍ରେ ବସି ଶୁଖିଲା ଖାଦ୍ୟ ଖାଇବା ପାଇଁ ବସିଥିବା ବେଳେ ଖଣ୍ଡରା ଛକ ନିକଟରେ ରୋଷେଇ କରି ଭୋଜନ କରୁଥିବାର ଦେଖିିବାକୁ ମିଳିଥିଲା । ଏପରିକି କିଛି ପ୍ରବାସୀ ହିଞ୍ଜିଳିକାଟୁ ନିକଟସ୍ଥ ଶ୍ୟାମଳାଇ ଛକ ନିକଟ ଏକ ଦୋକାନରେ ଚାହା ପିଉଥିବାର ଦେଖିବାକୁ ମିଳିଥିଲା । ପ୍ରବାସୀ ମାନେ ଭିଟାମଯଇ ମୁହାଁ ହେବା ପରେ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳବାସୀଙ୍କ ମଧ୍ୟରେ ଅଜଣା ଆତଙ୍କ ଖେଳିଯାଇଥିବା ଦେଖିବାକୁ ମିଳିଥିଲା । ପ୍ରକାଶ ଥାଉକି, ଶନିବାର ବିଶାଖାପାଟଣା ଓ ଝାଡ଼ଖଣ୍ଡ ଅଂଚଳରୁ ୩୦ରୁ ଉର୍ଦ୍ଧ୍ୱ ପ୍ରବାସୀ ଭିଟାମାଟିକୁ ଫେରିବା ସମୟରେ ରାସ୍ତାରେ ଭୋଜନ ପ୍ରସ୍ତୁତ କରି ଭୋଜନ କରୁଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ ପ୍ରଶାସନ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅଂଚଳବାସୀ ଦାବି ଜଣାଇଛନ୍ତି । ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାରେ ଯେଉଁ ସମୟରେ କୌଣସି କରୋନା ଆକ୍ରାନ୍ତ ନଥିଲା ପ୍ରଶାସନ ପକ୍ଷରୁ ଲକଡ଼ାଉନ ସମୟରେ କଟକଣା ଜୋରଦାର କରାଯିବା ସହ ସାମାଜିକ ଦୂରତ୍ୱ ରକ୍ଷା କରୁନଥିବା ଓ ମାସ୍କ ବ୍ୟବହାର କରୁନଥିବା ବ୍ୟକ୍ତି ବିଶେଷଙ୍କ ଠାରୁ ଜୋରିମାନା ଆଦାୟ କରୁଥିବା ବେଳେ ଗ୍ରୀନ୍ ଜୋନରେ ଥିବା ଗଞ୍ଜାମ ଜିଲ୍ଲା ରେଡ଼୍ ଜୋନରେ ପରିଣତ ହେବା ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ରାଜ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନ ରହିୀଥିବା ବେଳେ ପ୍ରଶାସନର ଢିଲା ପଣକୁ ସହରବାସୀ ସହଜରେ ଗ୍ରହଣ କରି ପାରୁନାହାନ୍ତି ।


