ବିଶ୍ଵ ନାଟକ ଦିବସ ଉପଲକ୍ଷେ ନାଟକ ମଞ୍ଚସ୍ଥ
ଚିକିଟି(ଦୀପ୍ତି ରଞ୍ଜନ ପାଢ଼ୀ ): ବିଶ୍ଵ ନାଟ୍ୟ ଦିବସ ଉପଲକ୍ଷେ ଚିକିଟିଗଡ଼ କଳାକାର ସଂଘ ତରଫରୁ ନାଟ୍ୟକାର କୈଳାସ ମଲ୍ଲିକ ଏଵଂ ନିର୍ଦ୍ଦେଶକ ଶ୍ରୀ ନୀଳାଞ୍ଚଳ ପାତ୍ରଙ୍କ ଦ୍ୱାରା ନାଟକ “ସ୍ବାମୀ ଖୋଜା ଚାଲିଛି”ମଞ୍ଚସ୍ଥହୋଇ ଯାଇଛି । ଦେଶରେ ଧର୍ମ ନାମରେ ଚାଲିଥିବା ଅରାଜକତା ଫଳରେ ରେ ଜନ ସାଧାରଣ ପ୍ରଭାବିତ ହେବା ସହ ସମସ୍ତ ବ୍ୟବସ୍ଥା ଓ କଳ କୁ ହାତ ବାରିଶି କରି ନିଜ ଫାଇଦା ଉଠେଇବା ଭଳି କଳଙ୍କିତ ସାମାଜିକ କୃତ୍ରିମ ଘଟଣାବଳି ନାଟକ ର ମୂଳ ତତ୍ୱ ରହିଥିଲା. କଳାକାର ସଂଘ ସଭାପତି ଡ଼ଃ. ସନ୍ତୋଷ କୁମାର ବକ୍ସିଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ରୂପେ ସୀମାନ୍ତ ନଟରାଜ ତଥା କଳାକାର ଡ଼ା. ତିରୁପତି ସାହୁ ଯୋଗ ଦେଇ ଉଦ୍ଘାଟନ କରିଥିବାବେଳେ ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ସୁରେନ ପାଢ଼ୀ ଏବଂ ଶ୍ରୀଯୁକ୍ତ ରମାକାନ୍ତ ବେହେରା ଯୋଗ ଦେଈ ନାଟକର ଆଭିମୁଖ୍ୟ,ସ୍ଥିତି ଏଵଂ ଚିକିଟି କଳାକାରଙ୍କ ବୈଭବ ସମ୍ପର୍କରେ ଆଲୋଚନା କରିଥିଲେ। ସଙ୍ଗ ତରଫରୁ, ଚିକିଟି ଗଡ଼ ର ପୂର୍ବତନ ପ୍ରତିଭାଦୀପ୍ତ କଳାକାର ଶ୍ରୀ ବିନାୟକ ପଟ୍ଟନାୟକ ଏଵଂ ଶ୍ରୀ ଲକ୍ଷ୍ମନାରାୟଣ ମହାପାତ୍ରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମଞ୍ଚ ପରିଚାଳନା ଡ଼ଃ. ବକ୍ସି କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ ଏଵଂ ମାନ ପତ୍ର ପଠନ ଶ୍ରୀ ଆଶୋକ କୁମାର ପାଣିଗ୍ରାହୀ କରିଥଲେ। ନାଟକରେ ଚିକୁ, ରାଜେନ୍ଦ୍ର, ନୀଳାଞ୍ଚଳ, ଗୋପୀ, ଶିବାନୀ, ଟିକିନା, ଅଭିଷେକ,ପ୍ରଣୀତ, ଗୋଗୁଲ, ଚନ୍ଦନ,କାହ୍ନୁ, ଆଶୋକ,ବୈଷ୍ଣବୀ, ଜ୍ଞାନ, ଶ୍ରୁତି, ରାମଶଙ୍କର, ଆଦି ପ୍ରମୁଖ କଳାକାର ଉତ୍କୃଷ୍ଟ ଅଭିନୟ କରିଥିଲେ।ଉକ୍ତ ସଚେତନତାମୂଳକ ନାଟକକୁ ମନ ଭରି ଦର୍ଶକ ଉପଭୋଗ କରିଥିବା ବେଳେ ଶେଷରେ ଡ଼ଃ. ରାମଶଙ୍କର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରୁଥିଲେ। ସଙ୍ଗୀତ ପରିବେଷଣ ଅରୁଣ ସାହୁ କରିଥିବା ବେଳେ ଆଲୋକ ଏଵଂ ଶବ୍ଦ ମନୁ ମହାପାତ୍ର, ଏଲ ଇ.ଡି ଜମ୍ବୋ ପରିଚାଳନା କରିଥିଲେ ଅରୁଣ କୁମାର ପଣ୍ଡା.


