ଦୋକାନ କବାଡ଼ ତାଡ଼ି କଳାକନା ବୁଲାଇଲେ ଦୁବୃର୍ତ୍ତ, ସିସିଟିଭି ରେ କଏଦ ହେଲା ପୁରା ଦୃଶ୍ୟ

ଖଲ୍ଲିକୋଟ-(ସିଲୁ ବିଶ୍ଵାଳ )- ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଛକରେ ଥିବା ରଞ୍ଜିତ ସାହୁ ଙ୍କ ଇଲେକ୍ଟ୍ରୋନିକ ଦୋକାନରୁ ଚୋରି। କବାଟ ତାଡି ନଗଦ ୩୦ ହଜାର ଟଙ୍କା ସହ ୪୫ ହଜାର ଟଙ୍କାର ଇଲେକ୍ଟ୍ରୋନିକ ସାମଗ୍ରୀ ଚୋରି ହୋଇଥିବା ଖଲ୍ଲିକୋଟ ଥାନାରେ ଅଭିଯୋଗ ହୋଇଛି । ସିସିଟିଭି କ୍ୟାମେରାରେ କଏଦ ହେଲା ଚୋରିର ଦୃଶ୍ୟ । ଗତ କାଲି ବିଳମ୍ବିତ ରାତିରେ ତିନି ଜଣ ଦୁବୃର୍ତ୍ତ ଆସି କେଶପୁର ଛକ ଜାତୀୟ ରାଜପଥ କଡ଼ରେ ଥିବା ଏକ ଇଲେକ୍ଟ୍ରୋନିକ ଦୋକାନ ରୁ ଲୁଟି ନେଇଥିବା ଅଭିଯୋଗ ପରେ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟ ରଂଜନ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିବା ସହ ସିସିଟିଭି କ୍ୟାମେରାକୁ ଆଧାର କରି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି ।ଏ ସମ୍ପର୍କରେ ଏକ ମକଦ୍ଦମା ରୁଜୁ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ଖଲ୍ଲିକୋଟ ଥାନା ପୋଲିସ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ