ତ୍ରିରଙ୍ଗା କୁ ଅସମ୍ମାନ..

ଖଲ୍ଲିକୋଟ: (ସିଲୁ ବିଶ୍ଵାଳ ) ତ୍ରିରଙ୍ଗା କୁ ଏକି ସନମ୍ମାନ ୲ ଉତ୍ତୋଳନ ହେଲା ଅବତରଣ ହେଲାନାହିଁ l ଫଳରେ ରାତି ରେ ମଧ୍ୟ ଉଡ଼ିଲା ଜାତୀୟ ପତକା l ଏଭଳି ଦୃଶ୍ୟ ଦେଖିବା କୁ ମିଳିଛି ଗଂଜାମ ଖଲ୍ଲିକୋଟ ବ୍ଲ୍ଳକ କାର୍ଯ୍ୟାଳୟ ପରିସରରେ ଥିବାସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ଜାନୁଆରୀ ୨୬ ଉତ୍ତୋଳନ ହୋଇଥିବା ଜାତୀୟ ପତକାକୁ ସୂର୍ଯ୍ୟାସ୍ତ ପରେ ବି ତ୍ରିରଙ୍ଗା କୁ ଅବତରଣ କରାଯାଇନଥିବା ଅଭିଯୋଗ ହୋଇଛି l ଏକ ପ୍ରକାର ତ୍ରିରଙ୍ଗା କୁ ଅସନମ୍ମାନ କରାଯାଇଥିବା ଜଣାପଡ଼ିଛି l ଏଠି ପ୍ରଶ୍ନ ଉଠୁଛି ସମନ୍ଵିତ ଶିଶୁ ବିକାଶ କାର୍ଯ୍ୟାଳୟ ରେ ଅନେକ ସୁପରଭାଇଜର କର୍ମୀ , କର୍ମଚାରୀ ଅଛନ୍ତି ହେଲେ କିଭଳି ତ୍ରିରଙ୍ଗା କୁ ସୂର୍ଯ୍ୟାସ୍ତ ପୂର୍ବରୁ ଅବତରଣ କରିବା ଭୁଲିଗଲେ l ତାହା ପୁଣି ବ୍ଲ୍ଳକ କାର୍ଯ୍ୟାଳୟ ପରିଶର ରେ ସବୁଠାରୁ ବଡ଼ କଥା ଯେ ଖଲ୍ଲିକୋଟ ବିଡ଼ିଓ ଙ୍କ ରେସିଡେନ୍ସି ହାଉସ ନିକଟରେ ଏଭଳି ଦୃଶ୍ୟ ଦେଖିବା କୁ ମିଳିଲା କିଏ କିପରି ଜାଣି ପାରିଲେ ନାହିଁ , ନା ଜାଣି ଖାମଖିଆଲୀ ମନ ଭାବରେ ରହିଯାଇଛନ୍ତି l ତାହା ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଠିଆ କରି ଥିବା ବେଳେ ସମ୍ପୃକ୍ତ ସମସ୍ତ ଅଫିସର ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦାବି ହେଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ