ଦୋକାନ କରି ଉଦାହରଣ ସାଜିଛନ୍ତି
ଶାହାଙ୍କ ପକୋଡ଼ା ଦୋକାନ ତାର୍ଥଯାତ୍ରୀ ଓ ସ୍ଥାନୀୟ ଲୋକଙ୍କର ପ୍ରିୟ ହେବାରେ ଲାଗିଛି । ସେ ପ୍ରମାଣ କରି ଦେଇଛନ୍ତି ଯେ ଶିକ୍ଷିତ ଲୋକମାନେ ଟଙ୍କା ରୋଜଗାର କରିବା ପାଇଁ ଚାକିରି ଏକମାତ୍ର ଜରିଆ ନୁହେଁ । ଅନ୍ୟ ସମସ୍ତ ଦୋକାନ ଅପେକ୍ଷା ଶାହାଙ୍କ ଦୋକାନ ପକୋଡ଼ାର ସ୍ୱାଦ ନିଆରା ହୋଇଥିବାରୁ ତାଙ୍କ ଦୋକାନରେ ବେଶି ଲୋକଭିଡ଼ ଦେଖିବାକୁ ମିଳିଛି । ଏକ ସ୍ଥାନୀୟ ସ୍କୁଲରେ ସ୍କୁଲ୍ ପାଠସାରିବା ପରେ ସାଗର ଚାମାଲିର ଏକ ଇଞ୍ଜିନିୟରିଂ କଲେଜରେ ଡିଗ୍ରି କରିଛନ୍ତି । ସେ ପଲିଟେକ୍ନିକ୍ ଡିପ୍ଲୋମା ମଧ୍ୟ କରିଛନ୍ତି । ଏହି ଯୁବକ ଜଣକ କେବଳ ପକୋଡ଼ା ନୁହେଁ ଚା’ ମଧ୍ୟ ବନାନ୍ତି । ସେ ତାଙ୍କ ଦୋକାନର ବାସନକୁସନ ବି ମଜାମଜି କରନ୍ତି । ଏତେ ପାଠପଢ଼ି ମଧ୍ୟ ପକୋଡ଼ା ବ୍ୟବସାୟ କରିବାକୁ ଟିକେ ବି ଲଜ୍ଜାବୋଧ କରନ୍ତିନି ସାଗର । ତାଙ୍କର ଏପର ଅଭିନବ ପ୍ରୟାସ ଏବେ ଚର୍ଚ୍ଚା ପାଲଟିଛି ।