ଦୋକାନ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଦୋକାନ ସାମଗ୍ରୀ ନଷ୍ଟ
ମୋହନା,(ଅଂଶୁମାନ ପଣ୍ଡା): ଦୋକାନ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଦୋକାନ ସାମଗ୍ରୀ ନଷ୍ଟ ହୋଇଛି। ବିଳମ୍ବିତ ରାତିରେ ଗଜପତି ଜିଲ୍ଲା ମୋହନା ମୁଖ୍ୟ ବଜାର ସ୍ଥିତ ଏକ ଜେନେରାଲ ଷ୍ଟୋରର ଉପର ମହଲା ଏକ ଘର ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଦୋକାନ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଥିବା ବେଳେ ଖବର ପାଇ ଅଗ୍ନିଶମ ବହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ ।ଅନ୍ୟପଟେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ବେବସାଇ କରି ମଧ୍ୟ ନିଆଁ ଆୟତ୍ତ ପାଇଁ କୋଣସି ଯନ୍ତ୍ର ରଖି ନଥିଲେ |