ବିଜେଡି ନାଁରେ ଚାନ୍ଦା ମାଗିବା ଲୋକକୁ ଧରିବା ପାଇଁ ଏତେଲା

କଳାହାଣ୍ଡି,(ଓ୍ବାଇଏନ୍ଏସ୍): କେହି ଜଣେ ଦୁର୍ବୁତ୍ତ ବିଜୁ ଯୁବ ଜନତା ଦଳର ସମ୍ପାଦକ କହି ବିଭିନ୍ନ ସରକାରୀ କର୍ମଚାରୀ ଙ୍କୁ ଭୟଭିତ ଓ ଚାନ୍ଦା ଆଦାୟ ଭଳି କିଛି ଅଡିଓ ସାମାଜିକ ଗଣ ମାଧ୍ୟମରେ ଘୁରିବୁଲିବା ତଥା କଳାହାଣ୍ଡି ଜିଲ୍ଲା କେଗାଁର ଫରେଷ୍ଟରଙ୍କୁ ଗାଳିଗୁଲଜ କରିବା ସହ ଅର୍ଥ ଦାବି ର ଅଭିଯୋଗ ସାଧାରଣରେ ହେବା ପରେ ବାସ୍ତବରେ ଉକ୍ତ ବ୍ୟକ୍ତି ବିଜୁ ଜନତା ଦଳ ସହ ସମ୍ପୃକ୍ତ ନୁହନ୍ତି ବୋଲି ଜଣାପଡିଛି । ଏନେଇ ସମ୍ପୃକ୍ତ ବ୍ୟକ୍ତି କୁ ତୁରନ୍ତ ଗିରଫ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଆଦିତ୍ୟ ନନ୍ଦ,ରାଜ୍ୟ ଉପସଭାପତି ମଣ୍ଡୁ ନାୟକ,ମନିନ୍ଦ୍ର ମହାନ୍ତି, ଦିନେଶ ବଗର୍ତୀ ପ୍ରମୁଖ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ବ୍ୟକ୍ତି ସରକାରୀ କର୍ମଚାରୀକୁ ଅନୈତିକ ହିସାବରେ କେବଳ ଯେ ଭୟଭୀତ କରି ନାହିଁ ବରଂ ବିଜୁ ଜନତା ଦଳକୁ ସର୍ବ ସାଧାରଣରେ ନିନ୍ଦିତ କରିବା ଅପଚେଷ୍ଟା କରୁଛି ବୋଲି ଦଳ ପକ୍ଷରୁ କୁହାଯାଇଛି। ତେଣୁ ଏହାର ଅନୁସନ୍ଧାନ ପୂର୍ବକ ଦୋଷୀକୁ ଦଣ୍ଡ ବିଧାନ କରିବା ପାଇଁ କଳାହାଣ୍ଡି ବିଜୁ ଯୁବ ଜନତା ଦଳର ସଭାପତି ଓ କର୍ମକର୍ତ୍ତା ମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ