ଦୋଛକିରେ ଶେରଗଡ କୁ ଏନଏସି ମାନ୍ୟତା
ଶେରଗଡ, (ଯୁଗାବ୍ଦ ନ୍ୟୁଜ):ପୂର୍ବ ସରକାର ନିର୍ବାଚନ କୁ ଆଖି ଆଗରେ ରଖି ବହୁ ଲୋକାଭିମୁଖୀ ଯୋଜନା ଲାଗୁ କରିଥିଲେ। ସେହିଭଳି ଭାବେ ଗଞ୍ଜାମ ଜିଲ୍ଲାର ଶେରଗଡ, କୁକୁଡାଖଣ୍ଡି କୁ ଫେବୃୟାରୀ ମାସରେ ବିଜ୍ଞାପିତ ଅଞ୍ଚଳ ଭାବେ ଘୋଷଣା କରିଥିଲେ। ଏହି ଦୁଇ ଅଞ୍ଚଳର ଲୋକେ ନିଜର ଗ୍ରାମ ବା ସହର କୁ ବିଜ୍ଞାପିତ ଅଞ୍ଚଳ ମାନ୍ୟତା ପାଈବାକୁ ନେଇ ବହୁ ଖୁସି ଅନୁଭବ କରିବା ସହ ଖୁସି ମନାଈଥିଲେ। ବିଜ୍ଞାପିତ ଅଞ୍ଚଳ ଘୋଷଣା ହେଲା ପରେ ଲୋକମାନେ ସରକାର ଙ୍କୁ ସମର୍ଥନ ନକରିବା ଫଳରେ ସମୟାନୁକ୍ରମେ ସରକାର ବଦଳି ଯାଈଥିଲା। ନୂତନ ଭାବରେ ଗଢି ଉଠିଥିବା ସରକାର ହେବାର ଈତି ମଧ୍ୟରେ ୨ ମାସ ବିତିଯାଇଥିଲେ ମଧ୍ୟ ଶେରଗଡ ଓ କୁକୁଡାଖଣ୍ଡି ବିଜ୍ଞାପିତ ଅଞ୍ଚଳର ଫାଈଲ କୁ ଉପସ୍ଥାପନ କରୁନଥିବା ସାଧାରଣ ରେ ଚର୍ଚ୍ଚା ହେଉଛି। ଗଞ୍ଜାମ ର ଏହି ଦୁଇ ବିଜ୍ଞାପିତ ଅଞ୍ଚଳ ମଧ୍ୟରୁ ଶେରଗଡ ଖୋଦ ବିରୋଧୀ ଦଳ ନେତା ଙ୍କ ନିର୍ବାଚନ ମଣ୍ଡଳୀ ରେ ଥିବା ବେଳେ କୁକୁଡାଖଣ୍ଡି ଲାଗି ବିରୋଧୀ ଦଳର ନେତା ପ୍ରଶ୍ନ ଉତଥାପନ କରୁନାହାନ୍ତି କି ଏନେଇ କୌଣସି ଚର୍ଚ୍ଚା ମଧ୍ୟ ହେଉନାହିଁ। ଚଳିତ ସରକାର ଏହାକୁ ତାଙ୍କ ବଜେଟରେ ସ୍ଥାନ ଦେଈଛନ୍ତି କି ନାହିଁ ତାହା ସନ୍ଦେହ ଘେରରେ। ଏପରି କ୍ଷେତ୍ରରେ ନୂତନ ଭାବେ ଘୋଷଣା କରିଥିବା ପୂର୍ବ ସରକାରଙ୍କ ୨ ବିଜ୍ଞାପିତ ଅଞ୍ଚଳର ଭାଗ୍ୟ କଣ ହେବ ତାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏହା ବ୍ୟତୀତ ଉକ୍ତ ୨ ଅଞ୍ଚଳ କୁ ବିଜ୍ଞାପିତ ଅଞ୍ଚଳ ଘୋଷଣା କରିଥିଲେ ପୂର୍ବ ସରକାର। କିନ୍ତୁ ଏହାର ଭୌଗୋଳିକ ମାନଚିତ୍ର ପ୍ରସ୍ତୁତ କରିବା ଲାଗି ଭୁଲି ଯାଈଥିଲେ। ତେବେ ସବୁଠାରୁ ବଡ ଆଶ୍ଚର୍ଯ୍ୟ ର କଥା ଯେଉଁ ସରକାର ନିର୍ବାଚନ ପୂର୍ବରୁ ଗଞ୍ଜାମ ଜିଲ୍ଲାର ୨ ସହର କୁ ବିଜ୍ଞାପିତ ଅଞ୍ଚଳ ମାନ୍ୟତା ଦେବା ଲାଗି ଘୋଷଣା କରିଥିଲେ, ଏବେ ସେ ବିରୋଧୀ ଦଳର ନେତା ଭୂମିକାରେ ବସିଛନ୍ତି। ଦୀର୍ଘ ଦିନ ର ଆନ୍ଦୋଳନ ପରେ ହୋଈଥିବା ଘୋଷଣା ଏବେ ସାକାର ହୋଈପାରିବ କି ନାହିଁ ସେନେଇ ଏବେ ଦୁଇ ସହରର ଜନସାଧାରଣ ସନ୍ଦେହ ରେ ଅଛନ୍ତି।


