“ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡିଶା ଦ୍ଵିତୀୟ”

ପୋଲସରା, (ଅନିଲ କୁମାର ମହାରଣା):ରାଜଧାନୀ ଦିଲ୍ଲୀର ପ୍ରଗତି ମୈଦାନରେ ଚାଲିଥିବା ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡିଶା ଦ୍ଵିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ପାଇଥିବା ବେଳେ ମେଳାରୁ ଫେଇଥିବା ପୋଲସରା ବ୍ଳକର ପ୍ରଭାସିନୀ ସାହୁଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଓରମାସ ପକ୍ଷରୁ ଗଞ୍ଜାମ ଜିଲ୍ଲାର ପୋଲସରା ଓ ଛତ୍ରପୁର ବ୍ଲକର ପଲ୍ଲୀରେ ପ୍ରତିଷ୍ଠିତ ଉତ୍ପାଦିକା ଗୋଷ୍ଠୀଙ୍କ ମଧ୍ୟରୁ ଦୁଇ ଜଣ ମହିଳା ଅଂଶଗ୍ରହଣ କରିଥିଲେ। ପ୍ରଶାସନର ନିଷ୍ପତ୍ତି କ୍ରମେ ପୋଲସରା ବ୍ଳକର ଲକ୍ଷ୍ମଣପଲ୍ଲୀ ଗ୍ରାମର ପ୍ରଭାସିନୀ ସାହୁ ଓ ଛତ୍ରପୁର ବ୍ଳକର ଅଞ୍ଜଳି ବେହେରା ପଲ୍ଲୀରୁ ଯାଇ ଦିଲ୍ଲୀରେ ଅନୁଷ୍ଠିତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଯୋଗଦେଇ ଥିଲେ। ସେଠାରେ ତାଙ୍କ ଷ୍ଟଲରେ ଥିବା ଆଚାର, ବଢି, ପାମ୍ପଡ, ଛତୁଆ, ଷୋରିଷ, ଅଗରବତୀ ଓ କିଆ ଫୁଲରୁ ପ୍ରସ୍ତୁତ ସୁଗନ୍ଧିତ ଅତର ସହିତ ଓଡ଼ିଶାରୁ ଯାଇଥିବା ବିଭିନ୍ନ ଷ୍ଟଲ୍ ଜିନିଷ ପ୍ରତି ବହୁତ ଚାହିଦା ରହିଥିବା ବେଳେ ସେମାନଙ୍କ ବ୍ଯବହାର ଉତ୍ତମ ହୋଇଥିବାରୁ ଏହି ମେଳାରେ ଓଡ଼ିଶା ଦ୍ବିତୀୟ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଠାରୁ ରୌପ୍ୟ ପଦକ ଉପହାର ପାଇଥିଲେ। ଏହା ଓଡ଼ିଶାର ମିଶନ ଶକ୍ତି ପାଇଁ ଗୌରବ ଆଣିପାରିଛି। ଗତକାଲି ପ୍ରଭାସିନୀ ସାହୁ ଗ୍ରାମରେ ପହଞ୍ଚିବା ପରେ ତାଙ୍କୁ ପଞ୍ଚାୟତ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବୁଢେଇଶୁଣୀ ପଞ୍ଚାୟତ ସରପଞ୍ଚ ମନୋଜ ପରିଡ଼ାଙ୍କ ଦ୍ବାରା ଏକ ସଭାର ଆୟୋଜନ କରାଯାଇ ପ୍ରଭାସିନୀଙ୍କୁ ପୁଷ୍ପଗୁଛ ଓ ଉପଢ଼ୌକନ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲେ। ଏହି କାର୍ଯ୍ୟକ୍ରମରେ ସମିତି ସଭ୍ୟା ସରିତା କୁମାରୀ ଦେବୀ, ଯନ୍ତ୍ରୀ ସୁଦ୍ଧାନ୍ତ ପ୍ରସାଦ ସାହୁ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରହରି ପ୍ରଧାନ, ଯୋଗାଣ ସହାୟିକା ପ୍ରଭାସିନୀ ସାହୁ ସମେତ ସମସ୍ତ ଏମବିକେ, ସିଆରପି ସହ ମହିଳା ଗୋଷ୍ଠୀ ଓ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ