ଦୋଳାରେ ବୁହାହୋଇ ଗ୍ରାମକୁ ଗଲେ ଡାକ୍ତରଖାନାରୁ ଫେରନ୍ତା ରୋଗୀ
ଚିକିଟି,(ରବୀନ୍ଦ୍ର କୁମାର ମିଶ୍ର): ଚିକିଟି ନିର୍ବାଚନ ମଣ୍ଡଳୀ ପାତ୍ରପୁର ବ୍ଳକରେ ବହୁ ଦୁର୍ଗମ ଆଦିବାସୀ ଗ୍ରାମ ରହିଛି।ସେଥିମଧ୍ୟରୁ କେତେକଗ୍ରାମକୁ ଗତ କିଛିବର୍ଷ ମଧ୍ୟରେ ରାସ୍ତା ନିର୍ମାଣ ହୋଇଛି।ତେବେ ଗ୍ରାମକୁ ଭଲ ରାସ୍ତା ଟିଏ ନଥିବାରୁ ଜଙ୍ଗଲ ପଥରେ ଜଣେ ଡାକ୍ତରଖାନା ରୁ ଫେରିଥିବା ରୋଗୀକୁ ଅର୍ଦ୍ଧ ରାତ୍ରୀରେ ଦୋଳାରେ ପ୍ରାୟ ଆଠ କିଲୋମିଟର ବୋହି ନେଇ ଥିବା ଜଣା ପଡ଼ିଛି।ଏହି ପରି ଘଟଣା ପାତ୍ରପୁର ବ୍ଳକ ଆଙ୍କୁଲି ପଞ୍ଚାୟତ ରେ ଦେଖିବାକୁ ମିଳୁଛି। ଗତକାଲି ରାତ୍ର ଭୁବନେଶ୍ୱର ଏମସ ରୁ ଆମ୍ବୁଲାନ୍ସ ଯୋଗେ ଗ୍ରାମକୁ ନେବା ବେଳେ ପାହାଡ଼ ତଳ ରାସ୍ତାରେ ଗାଡ଼ି ନଯିବାରୁ ଗ୍ରାମକୁ ଜଣେ ଆଦିବାସୀ ମହିଳା କୁଦୋଳା ରେ ବୁହା ହୋଇ ଗ୍ରାମକୁ ନେବାକୁ ପଡିଛି।ମହିଳା ଜଣକ ହେଉଛନ୍ତି ତସରଙ୍ଗ ଗ୍ରାମର ଲୀଙ୍ଗି ଗମାଙ୍ଗ ବୋଲି ଜଣା ପଡିଛି। ଭୁବନେଶ୍ୱର ଏମସ ରେ ଗତ ତିନି ମାସ ହେଲା ଚିକିତ୍ସିତ ହେଉଥିବା ଲୀଙ୍ଗୀ କୁ ଆମ୍ବୁଲାନ୍ସ ଯୋଗେ ଗତ କାଲି ରାତ୍ର ଆଣିବା ପରେ ପାହାଡ଼ ତଳ କରଡ଼ା ମୂଳି ଗ୍ରାମ ଠାରୁ ଜଙ୍ଗଲ ପଥରେ ପ୍ରାୟ ଆଠ କିଲୋମିଟର ଦୂର ତସରଙ୍ଗ ଗ୍ରାମକୁ ନିଆ ଯାଇଥିଲା। ତିନି ମାସ ପୂର୍ବେ ମହିଳା ଜଣକ ତାଡ଼କା ସାହିରୁ ବେଙ୍କେ କାର୍ଯ୍ୟ ପାଇଁ ତୁରୁବୁଡ଼ି ଯାଉଥିବା ବେଳେ ଅଟୋ ରୁ ଖସି ପଡ଼ି ଆହତ ହୋଇଥିଲେ ।ତାଙ୍କୁ ଚିକିତ୍ସା ପାଇଁ ପାତ୍ରପୁର , ବ୍ରହ୍ମପୁର ଡାକ୍ତର ଖାନାକୁ ନିଆଁ ଯାଇଥିବା ବେଳେ ସେହିଠାରୁ ଏମସ କୁ ସ୍ଥାନାନ୍ତରିତ କରିଥିଲେ। ଚିକିତ୍ସା ପରେ ତାଙ୍କ ସ୍ଵାସ୍ଥ୍ୟ ଟିକିଏ ଭଲ ହେବା ପରେ ଗତକାଲି ଗ୍ରାମକୁ ଅଣା ଯାଇଥିଲା।ତେବେ ଗ୍ରାମକୁ ଭଲ ରାସ୍ତା ଟିଏ ନଥିବାରୁ ଜଙ୍ଗଲ ପଥରେ ବୁହା ହୋଇ ନିଆଯାଇଥିବା ଜଣା ପଡିଛି।ଏହି ଗ୍ରାମକୁ ଯିବାକୁ ହେଲେ ତାଡ଼କା ସାହି ଠାରୁ କମ୍ପୁଟ ,ତରମୁଣ୍ଡା ଦେଇ ଯିବାକୁ ପଡୁଛି। ବର୍ଷା ଋତୁରେ ପାଣି ଆସି ରାସ୍ତା କଦର୍ଯ୍ୟ ହୋଇ ଯାତାୟାତ ରେ ଅସୁବିଧା ହେଉଛି। ରାସ୍ତାରେ ଗାଡ଼ି ଯାଇପାରୁ ନଥିବାରୁ ବିଭିନ୍ନ ସମୟରେ ଗର୍ଭବତୀ ମହିଳା ଙ୍କ ଠାରୁ ଆରମ୍ଭ କରି ସାଧାରଣ ରୋଗୀ ଙ୍କୁ ବୁହା ହୋଇ ନେବା ସହିତ ଛଅ ରୁ ଉର୍ଦ୍ଧ୍ ଆଦିବାସୀ ଗ୍ରାମର ଲୋକ ମାନେ ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁଏହି ରାସ୍ତା ଦେଇ ଯିବାକୁ ପଡୁଛି।ରାସ୍ତାରେ ପ୍ରାୟ ଦୁଇ କିଲୋମିଟର ରାସ୍ତା ପକ୍କା କରିବା ପାଇଁ ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହୋଇ ଥିବା ବେଳେ ତସରଙ୍ଗ ଗ୍ରାମ କୁ ସଂଯୋଗ ରାସ୍ତା ନିର୍ମାଣ ହେଲେ ଆଦିବାସୀ ମାନେ ଉପକୃତ ହୋଇ ପାରିବେ।