ଦୋଷିକୁ ଆଜୀବନ ଶଶ୍ରମ କାରାଦଣ୍ଡରେ ଦଣ୍ଡିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-ଏକ ହତ୍ୟା ମାମଲାର ବିଚାର କରି ଅତରିକ୍ତ ଜିଲ୍ଲା ଜର୍ଜ,ବାଲିଗୁଡା ଦିଲ୍ଲିପ କୁମାର ବିଶ୍ୱାଳଙ୍କ ଦୋଷିକୁ ଆଜୀବନ ଶଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଘଟଣାରୁ ପ୍ରକାଶଯେ ଚକାପାଦ ଥାନା ଅନ୍ତର୍ଗତ ନନ୍ଦିନୀ ଗ୍ରାମର ବିଭୀଷଣ ମହାପାତ୍ରଙ୍କ ମୃତ୍ୟୁ ପରେ ତାଙ୍କ ବିଧବା ସ୍ତ୍ରୀ କୁନି ମାହପାତ୍ର ଦୁଇଟି ଛୁଆଙ୍କୁ ଧରି ରହୁଥିଲେ । ଏହି କୁନୀ ମହାପାତ୍ରଙ୍କ ଘରକୁ ନିକଟସ୍ଥ ପସରା ଗ୍ରାମର କାଳୀ ମନ୍ଦିର ପୁଜାରୀ ଅକ୍ଷୟ ରଣା ଯିବା ଆସିବା କରୁଥିଲେ । ନନ୍ଦିନୀ ଗ୍ରାମର ଗ୍ରାମବାସୀ କୁନୀ ମହାପାତ୍ର ଓ ଅକ୍ଷୟ ରଣାଙ୍କ ଅନୈତିକ ସର୍ମ୍ଫକକୁ ସନ୍ଦେହ କରି ଗ୍ରାମବାସୀ ଏହି ଦୁଇଜଣଙ୍କୁ ସର୍ମ୍ପକ ନରଖିବାକୁ ତାଗିତ କରିଥିଲେ । ଗତ ତା ୦୨.୦୧,୨୦୧୮ରିଖ ଦିନ ପୌଷ ପୁର୍ଣ୍ଣିମା ଗ୍ରାମରେ ପାଳନ ଚାଲିଥିବା ବେଳେ ନନ୍ଦିନୀ ଗ୍ରାମର ଭଗବାନ ପ୍ରଧାନ ଅକ୍ଷୟ ରଣା -କୁନୀ ମହାପତ୍ରଙ୍କ ଘରେ ଉପସ୍ଥିତ ଥିବାର ଜାଣି ରାତ୍ର ୯ଟା ସମୟ ରେ ଏକା ବିରୋଧ କରିବା ନିମନ୍ତେ ଜାଇଥିଲେ ।ତାପରଦିନ ଅର୍ଥାତ ତା ୦୩.୦୧,୨୦୧୮ରିଖ ସକାଳ ସମୟରେ ନନ୍ଦିନୀ ଗ୍ରାମର ଗ୍ରାମବାସୀ ଭଗବାନ ପ୍ରଧାନଙ୍କ ରକ୍ତାତ ଅବସ୍ଥାରେ ଥିବା ମୃତଦେହ ଶିବପୃଷ୍ଟିଙ୍କ ଘର ପଛପଟେ ଦେଖିବାକୁ ପାଇଥିଲେ ଏବଂ ଘୋଷରା ଦାଗ କୁନି ମହାପତ୍ରଙ୍କ ଘରପଛପଟ ପର୍ଯ୍ୟନ୍ତ ଦେଖିବାକୁ ପାଇଥିଲେ ।ଏହା ପରେ ଘଟଣାସ୍ଥଳରେ ମୃତକଙ୍କ ଭାଇ ପ୍ରତାପ ପ୍ରଧାନ ଚକାପାଦ ଥାନାରେ ଏତଲା ଦାଏର କରିଥିଲେ । ଏହାକୁ ନେଇ ଚକାପାଦ ଥାନା କେଶନଂ ୦୧/୨୦୧୮ରେ ମାମଲା ରୁଜୁକରିିଥିଲେ । ଏହି ଘଟଣାର ଆଜି ବିଚାର କରି ମାନ୍ୟବର ଅଦାଲତ ଅଭିଯୁକ୍ତ ଅକ୍ଷୟ ରଣାଙ୍କୁ ଦୋଷି ସାବ୍ୟସ୍ତ କରି ଦଫା ୩୦୨ଆଇପିସି ରେ ଆଜୀବନ କାରାଦଣ୍ଡ ଦଣ୍ଡିତ କରିବା ସହ ଦଶହଜାର ଟଙ୍କା ଜରିମାନା କରି ଏହାର ଶୁଣାଣି କରିଛନ୍ତି ଏବଂ ଅଭିଯୁକ୍ତ କୁନି ମହାପାତ୍ରଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ।ସରକାରଙ୍କ ତରଫରୁ ଅତିରିକ୍ତ ପିପି ଶୁଧାଶୁ ମୋହନ ପତି ଉକ୍ତ ମାମଲାକୁ ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ