ଦ୍ଵିତୀୟ ଦିନ ଆମାନିଆ ଗଣିଲେ ୪୮୦୦ ଟଙ୍କା

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମ ପଞ୍ଚାୟତର ସରପଞ୍ଚ ଶାନ୍ତିଲତା ନାୟକ ଓଡ଼ିଶାର ପ୍ରଥମ ପଞ୍ଚାୟତ ଭାବେ ସରପଞ୍ଚଙ୍କ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ସଟ ଡାଉନ ଘୋଷଣା କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସାର ପାତ୍ରୀ ହୋଇପାରିଛନ୍ତି। କରୋନା ସଂକ୍ରମଣରୁ ପାଞ୍ଚାୟତ ବାସୀଙ୍କୁ ରକ୍ଷା ପାଇଁ ସଟ ଡାଉନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥିବା ବେଳେ କେତେକ ଆମାନିଆ ଆଇନ ଉଲଘଂନ କରିବା ଯୋଗୁଁ ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କ ଉପସ୍ଥିତିରେ ଯେଉଁମାନେ ଚାରିଚକିଆ ଓ ଦୁଇ ଚକିଆ ଯାନ ବାହାନ ଚଳାଉଥିଲେ ଓ ମାସ୍କ ପିନ୍ଧି ନଥିଲେ ସେମାନଙ୍କ ଠାରୁ ମଇ ୧୩ ତାରିଖ ଦିନ ୮୦୦୦ ଟଙ୍କା ଓ ୧୪ ତାରିଖ ଦିନ ୪୮୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡିଛି। ଆମାନିଆ ମାନଙ୍କ ଠାରୁ ଆଦାୟ ଜରିମାନା ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯିବ ବୋଲି ସରପଞ୍ଚ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ