ଦ୍ୱିତୀୟ ଟ୍ୱେଣ୍ଟି-୨୦ ଭାରତକୁ ୮ ୱିକେଟ୍ରେ ପରାସ୍ତ କଲା ୱେଷ୍ଟଇଣ୍ଡିଜ
ଥିରୁଅନନ୍ତପୁରମ୍ : ସ୍ଥାନୀୟ ଗ୍ରୀନଫିଲ୍ଡ ଅନ୍ତର୍ଜାତିୟ ଷ୍ଟାଡିୟମରେ ରବିବାର ଚାଲିଥିବା ଦ୍ୱିତୀୟ ଟ୍ୱେଣ୍ଟି-୨୦ କୁ ଭ୍ରମଣ କାରୀ ୱେଷ୍ଟଇଣ୍ଡିଜ ୮ ୱିକେଟରେ ଜିତି ନେଇଛି ।ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ସୁଭମ ଦୁବେଙ୍କ ଅର୍ଦ୍ଧଶତକ ବଳରେ ୱେଷ୍ଟଇଣ୍ଡିଜଙ୍କୁ ୧୭୦ ରନର ଟାର୍ଗେଟ ଦେଇଥିଲା ଟିମ୍ ଇଣ୍ଡିଆ । ଫଳରେ ୱଷ୍ଟଇଣ୍ଡିଜ୍ ୯ ଟି ବଲ ବାକିଥାଈ ଏହି ମ୍ୟାଚ୍କୁ ଜିତିନେଇଛି । ତିନିି ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ବର୍ତ୍ତମାନ ଉଭୟ ଦଳ ୧-୧ ମ୍ୟାଚରେ ବିଜୟ ଲାଭକରି ସିରିଜ ବରାବର ଥିବା ବେଳେ ଏବେ ଅପେକ୍ଷା ତୃତୀୟ ଟି-୨୦ ।


