ଦ୍ୱିତୀୟ ଦିନରେ ୱାର୍ଡସଭ୍ୟ ଙ୍କ ନାମାଙ୍କନପତ୍ର ଦାଖଲ
ହାଟଡିହି, (ବିକାଶ ବିଶ୍ୱାଳ) :ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ନିର୍ବାଚନୀ ପ୍ରକ୍ରୀୟା । ହାଟଡିହି ବ୍ଲକର ୪ଟି ଜିଲ୍ଲାପରିଷଦ ଜୋନ, ୩୧ଟି ସରପଞ୍ଚ, ୩୧ଟି ସମିତିସଭ୍ୟ ଓ ୪୧୯ଟି ୱାର୍ଡ ସଭ୍ୟସଭ୍ୟା ପାଇଁ ନାମାଙ୍କନପତ୍ର ଦାଖଲ ଚାଲୁ ରହିଚି । ଆଜି ଦ୍ୱିତୀୟ ଦିନରେବି କେହି ଜିଲ୍ଲାପରିଷଦ ଆସନ ପାଇଁ ନାଙ୍କନପତ୍ର ଦାଖଲ କରିନଥିବାବେଳେ ଆଜି ହାଟଡିହି ବ୍ଲକର ବିଭିନ୍ନ ପଞ୍ଚାୟତରେ ୧୦ଜଣ ସରପଞ୍ଚ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେହିପରି ୭ଜଣ ସମିତିସଭ୍ୟ ପଦପାଇଁ ଓ ୭୭ଜଣ ୱାର୍ଡସଭ୍ୟ ସଭ୍ୟା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଆଜି ଇଞ୍ଚୋଳ ପଞ୍ଚାୟତରେ ଦୁଇଜଣ ପ୍ରାର୍ଥୀ ସରପଞ୍ଚ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଅଁରା, ଅକରୁଆ, ବଞ୍ଚୋ, ଧନୁର୍ଜୟପୁର, ହଦଗଡ, ଜମ୍ଭୀରା, ପଞ୍ଚୁଗୋଛିଆ, ସୁଲଣ ଆଦି ପଞ୍ଚାୟତ ମାନଙ୍କରେ ଜଣେ ଲେଖାଏଁ ପ୍ରାର୍ଥୀ ସରପଞ୍ଚ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେହିପରି ବଞ୍ଚୋ ପଞ୍ଚାୟତରେ ପୁର୍ବତନ ସମିତିସଭ୍ୟ ଅକ୍ଷୟ କୁମାର ବରାଳ ସରପଞ୍ଚ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ଅକରୁଆ ପଞ୍ଚାୟତରୁ ହେମଲତା ବେହେରା ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେହିପରି ଇଞ୍ଚୋଳ ପଞ୍ଚାୟତରେ ଶ୍ରୀକାନ୍ତ ରାଉତ ଓ ତାଙ୍କ ପତ୍ନୀ ମନ୍ଦାକିନୀ ରାଉତ ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେହିପରି ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ସଞ୍ଜୟ କୁମାର ରାଉତ ବଞ୍ଚୋ ପଞ୍ଚାୟତର ସଭିତିସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ।