ଦ୍ୱିତୀୟ ପର୍ଯ୍ୟାୟର ମତଦାନ ଆରମ୍ଭ ହେବ…

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ୧୮ ତାରିଖରେ ଅନୁଷ୍ଟିତ ହେବ । କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଓ ମାର୍ଶାଘାଇ ବ୍ଲକରେ ଏହି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ସେଥିପାଇଁ ବୁଧବାର ଉଭୟ ବ୍ଲକର ୮୫୦ଟି ବୁଥକୁ ପୋଲିଂ ପାର୍ଟି ପଠା ଯାଇଥିବା ସୂଚନା ମିଳିଛି । ରାଜକନିକା ବ୍ଲକର ୪ଟି ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ୨୯ପଞ୍ଚାୟତର ୪୮୪ଟି ବୁଥରେ ମତଦାନ ହେବାକୁ ଥିବା ବେଳେ ମାର୍ଶାଘାଇ ବ୍ଲକର ୩ଟି ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ୨୪ଟି ପଞ୍ଚାୟତର ୩୬୬ ବୁଥରେ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ । ରାଜକନିକା ବ୍ଲକରେ ୩ଟି ଅସ୍ଥାୟୀ ବୁଥ ଥିବା ବେଳେ ମାର୍ଶାଘାଇ ବ୍ଲକରେ ୫ଟି ଅସ୍ଥାୟୀ ବୁଥ ଥିବା ଜଣାପଡିଛି । ରାଜକନିକା ବ୍ଲକର ମୋଟ ଭୋଟର ସଂଖ୍ୟା ଏକ ଲକ୍ଷ ୨୩ହଜାର ୫୦୬ ହୋଇଥିବା ବେଳେ ସେଥି ମଧ୍ୟରୁ ୬୪ହଜାର ୫୪୬ ପୁରୁଷ ଓ ୫୮ହଜାର ୯୬୦ ଜଣ ମହିଳା ଭୋଟର ଅଛନ୍ତି । ସେହିପରି ମାର୍ଶାଘାଇ ବ୍ଲକର ମୋଟ ଭୋଟର ସଂଖ୍ୟା ଏକ ଲକ୍ଷ ୬ ହଜାର ୯୩୦ ହୋଇଥିବା ବେଳେ ସେଥି ମଧ୍ୟରୁ ୫୫ ହଜାର ୬୨୪ ପୁରୁଷ ଓ ୫୧ହଜାର ୩୦୬ ଜଣ ମହିଳା ଭୋଟର ଅଛନ୍ତି । ଏହି ନିର୍ବାଚନ ପରିଚାଳନା ନିମନ୍ତେ ରାଜକନୁିକା ବ୍ଲକର ୪ଟି ଜୋନରେ ୧୪୫୨ଜଣ ପୋଲିଂ ପରସୋନେଲ, ୨୯ଜଣ ସେକ୍ଟର ଅଫିସର, ୪ଜଣ ସେକ୍ଟର ସୁପରଭାଇଜରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୫ଟି ପୋଲିସ ମୋବାଇଲ ପାର୍ଟି, ପ୍ରତି ଜୋନରେ ୪ଜଣ କରି ମ୍ୟାଜିଷ୍ଟ୍ରେଟ, ୪୮୪ ଜଣ ପୋଲିସ ପରସୋନେଲଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ୪୯ଜଣ ପୋଲିସ ପରସୋନେଲଙ୍କୁ ରିଜର୍ଭ ରଖାଯାଇଛି । ସେହିପରି ମାର୍ଶାଘାଇ ବ୍ଲକର ୩ଟି ଜୋନରେ ୧୦୯୮ଜଣ ପୋଲିଂ ପରସୋନେଲ, ୨୪ଜଣ ସେକ୍ଟର ଅଫିସର, ୩ଜଣ ସେକ୍ଟର ସୁପରଭାଇଜର, ୧୫ଟି ପୋଲିସ ମୋବାଇଲ ପାର୍ଟି, ପ୍ରତି ଜୋନରେ ୩ଜଣ କରି ମ୍ୟାଜିଷ୍ଟ୍ରେଟ, ୩୬୬ ଜଣ ପୋଲିସ ପରସୋନେଲଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ୩୯ଜଣ ପୋଲିସ ପରସୋନେଲଙ୍କୁ ରିଜର୍ଭ ରଖାଯାଇଛି । ରାଜକନିକା ବ୍ଲକରେ ୯୫ଟି ସମ୍ବେଦନଶୀଳ ବୁଥ ରହିଥିବା ବେଳେ ମାର୍ଶାଘାଇ ବ୍ଲକରେ ୧୬୧ଟି ସମ୍ବେଦନଶୀଳ ବୁଥ ରହିଥିବା ସୂଚନା ଦିଆଯାଇଛି । ଏହି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ମତଦାନକୁ ଅବାଧ, ମୁକ୍ତ ଓ ନିରପେକ୍ଷ ଭାବେ ପରିଚାଳନା କରିବାକୁ ରାଜ୍ୟ ନିର୍ବାଚନ କମିଶନ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦେଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ