ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକରେ ୭୨.୫୪ ପ୍ରତିଶତ ମତଦାନ ହୋଇଥିବା ବେଳେ ମାର୍ଶାଘାଇ ବ୍ଲକରେ ୭୭.୫୭ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ସେହି ଅନୁଯାୟୀ ରାଜକନିକା ବ୍ଲକର ୨୭ ନମ୍ବର ଜୋନରେ ୭୦.୧୮ ପ୍ରତିଶତ ମତଦାନ ହୋଇଥିବା ବେଳେ ୨୮ନମ୍ବର ଜୋନରେ ୭୨.୦୨ ଓ ୨୯ ନମ୍ବର ଜୋନରେ ୭୫. ୨୯ ପ୍ରତିଶତ ମତଦାନ ହୋଇଛି । ସେହିପରି ମାର୍ଶାଘାଇ ବ୍ଲକର ୨୪ନମ୍ବର ଜୋନରେ ୭୬.୨୮ ପ୍ରତିଶତ ମତଦାନ ହୋଇଥିବା ବେଳେ ୨୫ନମ୍ବର ଜୋନରେ ୭୯.୫୯ ପ୍ରତିଶତ ଓ ୨୬ନମ୍ବର ଜୋନରେ ୭୬.୮୨ ପ୍ରତିଶତ ମତଦାନ ହୋଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କେତେକ ସ୍ଥାନରେ କାଁ ଭାଁ ବିଶୃଙ୍ଖଳା ହୋଇଥିବା ସୂଚନା ମିଳିଛି । କିନ୍ତୁ ମୋଟାମୋଟି ଭାବେ ଆଜିର ମତଦାନ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ