ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନରେ କୋଦଳା

କୋଦଳା,(ଗୁଲସନ୍ କୁମାର କର): ସାରା ବିଶ୍ଵରେ କୋରନା ଭାଇରସ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଭାରତରେ ମଧ୍ୟ ଦିନକୁ ଦିନ ତୀବ୍ର ବେଗରେ ଲୋକମାନେ କୋରନା ସଂକ୍ରମଣରେ ଆକ୍ରାନ୍ତ ହେଉଛନ୍ତି। ଏଣୁ ପ୍ରଥମେ ଜନତା କର୍ଫ୍ୟୁ ପରେ ଏ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଭାରତକୁ ୨୧ ଦିନିଆ ଲକ୍ ଡାଉନ ଘୋଷଣା କରିଥିଲେ କିନ୍ତୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ଲକ୍ ଡାଉନ୍ କୁ ମେ ୩ ଯାଏଁ ବଢାଇ ଦିଆଯାଇଛି। ସେହିଭଳି ଗଞ୍ଜାମ ଜିଲ୍ଲାର କୋଦଳା ଓ ବେଗୁନିଆପଡା ସହ ସମସ୍ତ ଗ୍ରାମାଞ୍ଚଳକୁ ମଧ୍ୟ ପ୍ରଶାସନ ଓ ପୋଲିସ ଦ୍ୱାରା ସଚେତନ କରାଯାଉଛି। କେବଳ ଅତ୍ୟାବଶ୍ୟକ ସେବା, ମେଡ଼ିସିନ ଷ୍ଟୋର, ପରିବା ଦୋକାନ ଓ ରାସନ ଦୋକାନକୁ ଛାଡିଦେଲେ ଆଉ ସମସ୍ତ ଦୋକାନ ଓ ଗାଡି ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ