ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କୋରୋନା ସବୁଠୁ ବଡ଼ ସଙ୍କଟ: ଜାତିସଂଘ
ଜେନେଭା: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀ ଉପରେ ଏବେ କୋରୋନା ସଙ୍କଟ ଭାବେ ଉଭାହୋଇଛି। ବିଭିନ୍ନ ରାଷ୍ଟ୍ର ପାରସ୍ପରିକ ଭେଦଭାବ ଭୁଲି ଏକଜୁଟ ହୋଇ ଏହାର ମୁକାବିଲା କରିବା ଆବଶ୍ୟକ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଆହ୍ବାନ ଦେଇଛନ୍ତି। କୋରୋନା ଯୋଗୁ ପୃଥିବୀର ମାନବ ସମାଜ ଉପରେ ବିପଦ ଘୋଟି ଆସିଛି। ଏହା ଯୋଗୁ ପୃଥିବୀର ଆର୍ଥିକ ମାନଦଣ୍ଡ ଦୋହଲି ଯାଇଛି। ଯୋଜନାବଦ୍ଧ ଭାବେ କୋରୋନା ସଙ୍କଟର ମୁକାବିଲା କରିବା ଲାଗି ସେ ପ୍ରତିଟି ଦେଶକୁ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି। ପୃଥିବୀର ସମସ୍ତ ବିକଶିତ ରାଷ୍ଟ୍ର ଏନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରି ଅନ୍ୟ ଦେଶ ସହିତ ହାତ ମିଳାଇ କାମ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।


