ମୋବାଇଲ ହେଲ୍ଥ ୟୁନିଟ ତରଫରୁ କାଶୀନଗର ବ୍ଲକରେ ସଚେତନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : କାଶୀନଗର ବ୍ଲକରେ ମୋବାଇଲ ହେଲ୍ଥ ୟୁନିଟ ତରଫରୁ କରୋନାରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ବ୍ୟାପକ ସଚେତନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମୋବାଇଲ ହେଲ୍ଥ ୟୁନିଟ ଓ ରଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ କାଶୀନଗର ସିଏଚସିର ପରିଚାଳକ ପାର୍ଥସାରଥି ବେହେରାଙ୍କ ତତ୍ୱାବଧାନରେ ଗତ ୯ଦିନ ଧରି ସମଗ୍ର ବ୍ଲକରେ ଏହି କାର୍ଯ୍ୟକ୍ରମ ଚାଲିଛି । ଏଥିରେ ଡାକ୍ତର ସଚିକାନ୍ତ ମହାପାତ୍ର, ଡାକ୍ତର ଜି.ବେଦବିକାଶ. ଡାକ୍ତର ନିବେଦିତା ଦୋରା, ଡାକ୍ତର ହିମାଂସୁ ଶେଖର ପାଢୀ, ଡାକ୍ତର ଅର୍ଣ୍ଣପୁର୍ଣ୍ଣା , ଫାର୍ମାସିଷ୍ଟ ପ୍ରଭାତ ଜେନ୍ନା, ଫାର୍ମାସିଷ୍ଟ ନିରୁପମା ସଇ, ସ୍ୱାସ୍ଥ୍ୟକର୍ମୀ ପଦ୍ମିନୀ ପୀଢୀ, ଶର୍ମୀଷ୍ଠା ସେଠୀ, ରତିରାଣୀ ପାତ୍ର ପ୍ରମୁଖ ୩ଗୋଟି ଟିମରେ ବିଭକ୍ତ ହୋଇ କାଶୀନଗର ବ୍ଲକର ାଣୀପେଣ୍ଠ, ସିଧାମଡଙ୍ଗ, ସିଙ୍ଗିପୁର, ସୀତାପୁର, ହାଡୁଭାଙ୍ଗି, ଅଲଡା, କାଶୀନଗର ଏନଏସି ଅଞ୍ଚଳ, ବୁଦୁରା ଆଦି ପ୍ରତ୍ୟେକ ଗ୍ରାମରେ ପାଦ ଚଲାରେ ଗ୍ରସ୍ତ କରି ଘରକୁ ଘର ବୁଲି ଲୋକଙ୍କୁ କରୋନାରୁ ରକ୍ଷା ପାଇବା ପାଇଁ ଆବଶ୍ୟକୀୟ ସମସ୍ତ ଆଗୁଆ ପଦକ୍ଷେପ ଯଥା,୨୦ ସେକେଣ୍ଡ ହାତ ଧୁଆ, ଫୁଟାପାଣି ପିଇବା, ପରିଷ୍କାର ପରିଚ୍ଛନ୍ନତା, ସାମାଜିକ ଦୁରତା ରକ୍ଷା କରିବା, ଅତ୍ୟାବଶ୍ୟକୀୟ କିମ୍ବା ଜରୁରୀ ନଥିଲେ ଘରୁ ବାହାରକୁ ନ ବାହାରିବା ଆଦି ସମସ୍ତ ବିଷୟରେ ସଚେତନା କରୁଥିବା ଦେଖା ଯାଇଛି । ଅନେକ ଗ୍ରାମ ପ୍ରବେଶ ରାସ୍ତାକୁ ଗ୍ରାମବାସୀମାନେ ବିଭିନ୍ନ ଭାବେ ସିଲ୍ କରି ରଖିଥିବା ବେଳେ ଏମାନେ ଗ୍ରାମବାସୀମାନଙ୍କୁ ବୁଝାସୁଝା କରି ଘରକୁଘର ବୁଲି ଲୋକଙ୍କୁ ସଚେତନ କରିବାରେ ଲାଗିଛନ୍ତି । ସମଗ୍ର କାଶୀନଗର ବ୍ଲକକୁ ବାହାର ରାଜ୍ୟ ଓ ବିଦେଶରୁ ଆସିଥିବା ଲୋକମାନେ ସେମାନଙ୍କ ନିଜନିଜ ଘରେ ହୋମ କରେଣ୍ଟାଇନ୍ରେ ରହିବା ପାଇଁ ସେମାନଙ୍କୁ ସେମାନଙ୍କ ପରିବାର ବର୍ଗଙ୍କୁ ଏବଂ ଗ୍ରାମବାସୀଙ୍କୁ ବୁଝାଉଥିବା ସହ ସେମାନଙ୍କ ଗତିବିଧି ଉପରେ ସର୍ବଦା ନଜର ରଖି ଏ ସମସ୍ତ କାର୍ଯ୍ୟକ୍ରମର ରିପୋର୍ଟକୁ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନ ଠାରେ ପହଞ୍ଚାଉଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ମହାମାରୀ ଭଳି କରୋନାରୁ ଲୋକଙ୍କୁ ସୁରକ୍ଷା ଦେବା ପଇଁ ପାଦଚଲାରେ ଏମାନଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଏକ ନିସ୍ୱାର୍ଥପର ସେବା ମନୋବୃତିକ କାର୍ଯ୍ୟକ୍ରମ ଅଟେ ।


