ଦ୍ୱିତୀୟ ବୃହତମ ମହାବିଦ୍ୟାଳୟର ରୌପ୍ୟଜୟନ୍ତି ଉତ୍ସବ
ମୋହନା,(ଯୁଗାବ୍ଦ ନ୍ୟୁଜ୍): ଗଜପତି ଜିଲ୍ଲା ଚାନ୍ଦିପୁଟ ଇନ୍ଦିରାସ୍ମୃତି ମହାବିଦ୍ୟାଳୟରେ ଗତ ତିନି ଦିନ ଧରି ମହାଆଡମ୍ବର ସହକାରେ ରୈାପ୍ୟଜୟନ୍ତି ମୋହନା ବିଧାୟିକା ବାସନ୍ତି ମଲ୍ଲିକଙ୍କ ଅଧକ୍ଷତାରେ ଆୟୋଜିତ ହୋଇଥିଲା । ଆଜକୁ ୨୪ ବର୍ଷ ପୁର୍ତ୍ତି ଅବସରରେ ଏହି ରୈାପ୍ୟ ଜୟନ୍ତି ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମହାବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ରଂଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଥିଲା । ଅଂଚଳବାସୀ ଏହାକୁ ଢେର ମଜା ଉଠାଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଧେଶକ ଡ. ଲକ୍ଷ୍ମୀକାନ୍ତ ତ୍ରୀପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ ।, ଆଞ୍ଚଳିକ ସହକାରୀ ଧନ୍ଧାମୁଳକ ଶିକ୍ଷା ନିର୍ଦ୍ଦେଶକ ଡ. ବିଶ୍ବମ୍ବର ଷଡଙ୍ଗୀ , ମୋହନା ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ , ମୋହନା ବିଡିଓ ବନ୍ସିଧର ଖୋସଲା ,ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଗଂଜାମ ନରେନ୍ଦ୍ରପୁର କ୍ଷେତ୍ରମୋହନ କଲେଜର ଅଧକ୍ଷ ଧରଣିଧର ପଣ୍ଡା ଯୋଗଦେଇ ଚାନ୍ଦିପୁଟ କଲେଜର ଉତ୍ପତି ଉପରେ ଆଲୋକପାତ କରିଥିବା ବେଳେ ଦ୍ବୀତିୟ ଦିନରେ ମୋହନା ବିଧାୟକ ଦାସରଥି ଗମାଙ୍ଗ , ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତା ରାଣି ବେହେରା ମୁଖ୍ୟ ଅତିଥି ଭାବେ ଯୋଗେଦେଇ କାର୍ୟ୍ୟରେ ସଫଳତା ହାସଲ କରିଥିବା ଅଧ୍ୟାପକ ଙ୍କୁ ମାନପତ୍ର ଦେଇ ପୁରଷ୍କୃତ କରିଥିଲେ । ଏହି ରୋପ୍ୟ ଜୟନ୍ତି ଉତ୍ସବ ତିନୋଟି ସ୍ମରଣୀକା ପୁସ୍ତକ କୁ ଉନ୍ମୋଚନ କରାଯାଇଥିଲା । ଏହା ସହ ଛାତ୍ରଛାତ୍ରୀ ଓଡିଶୀ ନୃତ୍ୟ , ଆଦିବାସୀ ଭେସଭୁଷାରେ ନୃତ୍ୟ ପରିବେଶଣ କରି ସମସ୍ତ ଙ୍କୁ ମନରଞ୍ଜନ କରିଥିଲେ । ଏହି ଅବସରରେ ପୁର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ଙ୍କୁ ସଞ୍ଚାସିନ ଅତିଥି ମାନେ ପୁରଷ୍କୃତ କରିଥିଲେ ।


